jayashree

ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନ ପକ୍ଷରୁ ଆର୍‌ଏସ୍‌ପି ଗେଟ ସମ୍ମୁଖରେ ଜୁନ୍ ୮ରେ ଧର୍ମଘଟ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସ୍ଥାନୀୟ ଟିପର ଓ ହାଇୱା ଗାଡିକୁ ମାଲ ପରିବହନ ପାଇଁ ଅନୁମତି ନଦେଇ, ବାହାରର ଗାଡିଙ୍କୁ ଏ କ୍ଷେତ୍ରରେ ବିନିଯୋଗ କରାଯାଉଥିବା ଯୋଗୁଁ, ରାଉରକେଲା ସହରର ରଘୁନାଥପାଲ୍ଲୀ ଟିପ୍ପର ଓନର୍ସ ଆସୋସିଏସନର ପ୍ରାୟ ୨୦୦ ଗାଡି ପରିବହନ କାର୍ଯ୍ୟ ନପାଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ଆସୋସିଏସନ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ଯେ, ଦୀର୍ଘ ଦୁଇମାସ ଧରି ରାଉରକେଲା ଇସ୍ପାତ କାରଖାନା ସହିତ ଆସୋସିଏସନ ପକ୍ଷରୁ ଏନେଇ ତିନି ତିନି ଥର ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ତ ଆଲୋଚନା ବିଫଳ ହୋଇଛି । ତେଣୁ ସେମାନେ ବାଧ୍ୟ ହୋଇ ଜୁନ୍ ୮ ତାରିଖ ସୋମବାର ଦିନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଏହି ଧର୍ମଘଟ ସମୟରେ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟମାନେ ରାଉରକେଲା ଇସ୍ପାତ କାରଖାନାକୁ ଦେଓଗାଁ ପ୍ରବେଶ ପଥରେ ପ୍ରବେଶ କରୁଥିବା ବାହାରର ଟିପ୍ପର ଓ ହାଇୱା ଗାଡିକୁ ରୋକିବା ସହିତ ସେଠାରୁ “ରାଖଡ” ପରିବହନ କରୁଥିବା ବାହାରର ସମସ୍ତ ଗାଡିକୁ ଅଟକାଇବେ ବୋଲି ଚେତାବନୀ ଦେଇଛନ୍ତିö ଆସୋସିଏସନ ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅଶୋକ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଅବନୀ ରଞ୍ଜନ ଷଢଙ୍ଗୀ, ଉପସଭାପତି ଦେବ ପ୍ରସାଦ ମିଶ୍ର, ସହ-ସମ୍ପାଦକ ଅଜିତ୍ ଛୋଟରାୟ, ସହ-ସମ୍ପାଦକ ସୌମ୍ୟରଞ୍ଜନ ନାୟକ, କୋଷାଧ୍ୟକ୍ଷ ବ୍ରଜକିଶୋର ସାମଲଙ୍କ ସମେତ ଆସୋସିଏସନର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.