jayashree

ଗଡ଼ିଲା ଏସ୍‌ଆଇଆର୍‌ ସଚେତନତା ରଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଵତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ର ଏକ ସ୍ୱତନ୍ତ୍ର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ରାଉରକେଲା ସହର ପରିକ୍ରମା କରିବା ଅବସରରେ ଏକ ତ୍ରୁଟିଶୂନ୍ୟ, ସଠିକ୍, ସ୍ଵଚ୍ଛ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଯୋଗ୍ୟ ଭୋଟରଙ୍କ ସକ୍ରିୟ ଅଂଶ ଗ୍ରହଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବ । ଏହି ଅବସରରେ ଡେପୁଟି କମିଶନର ଅନିତା ନାୟକ, ତହସିଲଦାର ରାଉରକେଲା ସାଲମି ମାଝୀ, ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲ, ସହାୟକ ଜିଲ୍ଲାପାଳ ହରେକୃଷ୍ଣ ସାହୁ, ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ବିଏଲ୍‌ଓ, ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.