ରାସ୍ତା ପାର୍ଶ୍ଵରେ ଶୋଇଥିବା ମାନସିକ ଅନଗ୍ରସର ଯୁବକଙ୍କ ଉପରେ ଗାଡି ଚଢ଼ାଇ ଦୁବୃର୍ତ୍ତ ଫେରାର

csstore

ବଙ୍ଗୋମୁଣ୍ଡା, (କେପିଏଏଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀପଡା ଠାରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀପଡା ଚାରିଛକ ପାଖ ମେହେର ପନୀର ଦୋକାନ ପାଖରେ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁବୃର୍ତ୍ତ ଇଣ୍ଡିକା କାର ଚଢାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିବା ନା ଅନ୍ୟ କୌଣସି କାରଣ ଥାଇପାରେ ତାହା ଅସ୍ପଷ୍ଟ ରହିଛି । ରୋଡ଼ରୁ ପ୍ରାୟ ୧୦ ଫୁଟ ଦୂରରେ ଡ୍ରେନ ଉପରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ସକାଳୁ ପାଖରେ ଥିବା କମଳ ମେହେର ଦେଖି ବଙ୍ଗୋମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ବିଳମ୍ବ ହେବାରୁ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଆସି ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଭାଲୁମୁଣ୍ଡା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର ନିଜ ଆମ୍ବୁଲାନ୍ସରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ତାକୁ ଭୀମଭୋଇ ମେଡିକାଲରେ ଚିକିତ୍ସା କରାଯାଉଛି । ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ସେ ଭାଲୁମୁଣ୍ଡାରେ ଘୁରି ବୁଲୁଥିଲା । ଆଖପାଖରେ ବା କାହା ଦୋକାନ ପାଖରେ ଅଳିଆ ପଡ଼ିଥିଲେ ସେ ନିଜେ ସଫା କରି ଦେଉଥିଲା । ସେ ପାଗଳ ହୋଇଥିଲେ ମଧ୍ୟ କାହାର କିଛି କ୍ଷତି କରୁନଥିଲେ । ଗାଡି ଚଢାଇ ଦେବା ଫଳରେ ତାର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ନେଇ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତଙ୍କ ପତ୍ତା ମିଳିପାରିନାହିଁ ।

Leave A Reply

Your email address will not be published.