jayashree

ଏସ୍‌ଆଇଆର୍‌-୨୦୨୬ ସଚେତନତା ଅଭିଯାନ : ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସ୍‌ଆଇଆର୍‌-୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ ଓ ବିଏଲଓ ମାନଙ୍କ ସହ ଗୁରୁବାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା, ଲାସେରୀ, ରିନ୍ଦାବାଲି ଓ ସିରାଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳଙ୍କ ସହ ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ଭୋଟର ତାଲିକାର ସଠିକତା ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ନୂତନ ଭୋଟରଙ୍କ ନାମ ସଂଯୋଜନ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ିଥିଲେ । ଉପଜିଲ୍ଲାପାଳ ଲୋକମାନଙ୍କୁ ଗଣତନ୍ତ୍ରରେ ମତଦାନର ଭୂମିକା ଓ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ । ଏସ୍‌ଆଇଆର୍‌-୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଜନସମ୍ପର୍କ ଓ ସଚେତନତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ଉପଜିଲ୍ଲାପାଳ ପ୍ରଣୀତା ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.