jayashree

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଉକ୍ତ ଫ୍ୟାକ୍ଟ୍ରିରେ ରାଇସ ବ୍ରାନ ତେଲ ବାହାରୁଥିବା ବେଳେ ସେଠାରେ ଗୋଦାମରେ ଥିବା ଖାଲି ରାଇସ୍ ବ୍ରାନ ଜରି ବସ୍ତାରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇ ଚାରିଆଡ଼େ ବ୍ୟାପି ଯାଇଥିଲା । କିଛି ରାଇସ ବ୍ରାନ ମଧ୍ୟ ଏଥିରେ ଜଳି ଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଖବର ପାଇବା ପରେ ତୁରନ୍ତ ଉଲୁଣ୍ଡା, ସୋନପୁର ଓ ବିନିକା ୩ ଗୋଟି ଅଗ୍ନିଶମ ସେବାକେନ୍ଦ୍ରର ଟିମ ଫ୍ୟାକ୍ଟ୍ରିରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏନେଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ଦେ କହିଛନ୍ତି ଖବର ମିଳିବା ପରେ ତିନି ସ୍ଥାନରୁ ତାଙ୍କ ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ସଫଳତାର ସହ ଆୟତ୍ତ କରିଥିଲେ ।

Leave A Reply

Your email address will not be published.