
ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଜଗନ୍ନାଥ କଳା ସଂସ୍କୃତିର ବିଷ୍ଣୁ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପୌରହିତ୍ୟରେ ସେକ୍ଟର ୧୮ ସ୍ଥିତ ଉପହାର ଠାରେ ଆୟୋଜିତ ଶ୍ରୀ ଶ୍ରୀଜଗନ୍ନାଥଙ୍କ ୨୦ରୁ ଅଧିକ ଦୁର୍ଲଭ ବେଶରେ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ତଡପଉତ୍ତରୀ ବେଶ, ଗଜାନନ, ବଡ ସିଂହାର, ସୁନାବେଶ, ଚନ୍ଦନଲାଗି, ବଣଭୋଜି, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ ବଳରାମ ବେଶ ଭଳି ବିଭିନ୍ନ ବେଶରେ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହାସହ ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପୁରୀରୁ ଆସିଥିବା ପୂଜା ପଣ୍ଡାମାନେ ସମସ୍ତ ନୀତିକାନ୍ତିକୁ ସମ୍ପନ୍ନ କରିଥିଲା ବେଳେ ସୁପକାରମାନେ ସହଯୋଗ କରିଥିଲେ । ଏଥିସହିତ ପ୍ରତିଦିନ ଭକ୍ତିମୟ କାର୍ଯ୍ୟକ୍ରମ, କୀର୍ତ୍ତନ, ପ୍ରବଚନ ଆଦି ହୋଇଥିଲା । ପ୍ରତ୍ୟହ ସହସ୍ରାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବା ସହିତ ମହାପ୍ରସାଦ ଗ୍ରହଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ତନ୍ତୀ ତାଙ୍କର ଧର୍ମପତ୍ନୀ ମହାଯଜ୍ଞରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବଳରାମ ସମାସୀ, ଗାଡୁ ବାଗ, ମନୋଜ ପଟ୍ଟନାୟକ, ଗୌତମ ବାଡା, ଉପେନ୍ଦ୍ର ନାୟକ, ଅଜୟ କଂସାରୀ, ଗଦାଧର ସାହୁ, ବିଜୟ ବରାଳ, ପ୍ରଶାନ୍ତ ନାୟକ, ସନ୍ତୋଷ ବିରାଟ, ପ୍ରଭାକର ସାହୁ, ପ୍ରବୀର ଜେନା, ରଜନୀକାନ୍ତ ସ୍ୱାଇଁ, ଭବାନୀ ମହାପାତ୍ର, ପୁଷ୍ପଲତା ସାହୁ, କବିତା ବିନ୍ଧାଣି, ସାଗରିକା ମହାନ୍ତି, ଶୁକ୍ରୁ ତନ୍ତୀ, ସୁଶୀଲ ସେଠୀ, ନିରଞ୍ଜନ ପଟେଲ, ରମେଶ ନାଗ, ବାସୁ ସଂଘରିଆ, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାଶ, ପ୍ରଶାନ୍ତ ଦାଶ, ମନୋଜ ସ୍ୱାଇଁ, ଟଙ୍କଧର, ବାଗ, ପ୍ରଭାସ ସାମଲ, ତରୁଣ ତନ୍ତୀ, ତାରକନାଥ ମହାପାତ୍ର, ହେମନ୍ତ ଜେନା ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।