ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ଚଳିତ ବର୍ଷ ଆହୁରି ଆକର୍ଷଣୀୟ ଅଧିକ ଉତ୍ସବ ମୁଖର ହୋଇଉଠିଛି । ଏଥିସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ନାଚଗୀତରେ ଲକ୍ଷାଧିକ ଦର୍ଶକ ନାଚିଲେ, ଗାଇଲେ ଓ ମହୋତ୍ସବରେ ଦର୍ଶକ ନାଚି ନାଚି ଝୁମିଲେ । ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା, ଗଜଲ୍ ଗଜଲ୍, ବେଳେ ବେଳେ ଭଲ ଲାଗେ, ହାଏ ତୋ ପ୍ରେମ ଭଳି ଓଡ଼ିଶାର ଘରେ ଘରେ ପରିଚିତ ସଂଗୀତ ଏବଂ କୁଲଦୀପ ପଟ୍ଟନାୟକଙ୍କ କେବେ ଆସିବୁ ତୁ ମୋରି ଦୁନିଆ, ସମ୍ମୋହିନୀ ସହିତ ବଲିଉଡର ଗୀତଗାଇ ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ ।
Prev Post
