jayashree

ବିହାରର ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍‌ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍‌ର ମଞ୍ଜୁରୀ

  • ବିଓଟି (ଟୋଲ୍) ମୋଡ୍ରେ ୩,୯୩୬.୦୫ କୋଟି ଟଙ୍କା ବ୍ୟୟରେ ୧୪୩.୫୨୯ କିମି ଜାତୀୟ ରାଜପଥ ଉନ୍ନତୀକରଣକୁ କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ଆଜି ବିହାରର ଏନଏଚ୍-୩୧ ଏବଂ ଏନଏଚ୍- ୨୩୧ର ଖଗରିଆ–ପୂର୍ଣ୍ଣିଆ ଖଣ୍ଡ (୧୪୩.୫୨୯ କିଲୋମିଟର)କୁ ବିଓଟି (ଟୋଲ୍) ମୋଡ୍ରେ ୪-ଲେନ୍ ମାନକକୁ ଉନ୍ନତ କରିବା ପାଇଁ ୩,୯୩୬.୦୫ କୋଟି ଟଙ୍କା ବ୍ୟୟର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ବିହାରରେ ଏନଏଚ୍-୩୧ ଏବଂ ଏନଏଚ୍-୨୩୧ର ଖଗରିଆ-ପୂର୍ଣ୍ଣିଆ ସେକ୍ସନର ପ୍ରସ୍ତାବିତ ଏହି ଉନ୍ନତୀକରଣ ପ୍ରକଳ୍ପ ଖଗରିଆ, ଭାଗଲପୁର, କଟିହାର ଏବଂ ପୂର୍ଣ୍ଣିଆ ଜିଲ୍ଲାର ଜନବହୁଳ ଅଞ୍ଚଳଗୁଡ଼ିକରେ ଥିବା ସଡ଼କର ଗୁରୁତର ଜ୍ୟାମିତିକ ତ୍ରୁଟି, ତୀକ୍ଷ୍ଣ ବାଙ୍କ ଯାତାୟାତ ଜନିତ ଭିଡ଼ ସମସ୍ୟାର ସମାଧାନ କରିବ । ଏହି ପ୍ରକଳ୍ପର ଅଂଶ ଭାବେ ପୂର୍ଣ୍ଣିଆ ସହର ପାଇଁ ୬.୭୨୯ କିଲୋମିଟର ଲମ୍ବ ବିଶିଷ୍ଟ ଏକ ବିସ୍ତାରିତ ଗ୍ରୀନଫିଲ୍ଡ ବାଇପାସ୍ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଯାନବାହନର ହାରାହାରି ଯାତ୍ରା ଗତି ବୃଦ୍ଧି କରିବ, ଯାତ୍ରା ସମୟକୁ ପ୍ରାୟ ଦୁଇ ଘଣ୍ଟା ହ୍ରାସ କରିବ, ଏବଂ ସାମଗ୍ରିକ ସଡ଼କ ସୁରକ୍ଷା, ଇନ୍ଧନ ଦକ୍ଷତା ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚରେ ଉନ୍ନତି ଆଣିବ । ଫଳସ୍ୱରୂପ ଆଞ୍ଚଳିକ ଯାତାୟାତ ସୁବିଧା ଓ ସାମାଜିକ-ଆର୍ଥିକ ବିକାଶକୁ ଅଧିକ ଗତି ମିଳିବ । ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ କେନ୍ଦ୍ରଗୁଡ଼ିକ ସହ ନିରବିଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ । ଏହା ସହିତ, ଅପଗ୍ରେଡ୍ କରିଡର ୫ଟି ପିଏମ୍‌ ଗତିଶକ୍ତି ଆର୍ଥିକ କେନ୍ଦ୍ର (୧ଟି ଟେକ୍ସଟାଇଲ୍ କ୍ଲଷ୍ଟର, ୨ଟି ମେଗା ଫୁଡ୍ ପାର୍କ ଏବଂ ୨ଟି ମାଛ ଓ ସାମୁଦ୍ରିକ ଖାଦ୍ୟ ପାର୍କ) ଏବଂ ୧୧ଟି ଲଜିଷ୍ଟିକ୍ସ ନୋଡ୍ (୪ଟି ପ୍ରମୁଖ ରେଳ ଷ୍ଟେସନ, ୧ଟି ବିମାନବନ୍ଦର, ୪ଟି ଜାତୀୟ ରାଜପଥ ଏବଂ ୨ଟି ରାଜ୍ୟ ରାଜପଥ) ସହ ସଂଯୁକ୍ତ ହୋଇ ବହୁମାଧ୍ୟମିକ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହା ଦ୍ୱାରା ସମଗ୍ର ଅଞ୍ଚଳରେ ମାଲ ପରିବହନ ଏବଂ ଯାତ୍ରୀ ଚଳାଚଳ ଅଧିକ ଦ୍ରୁତ ଏବଂ ସୁଗମ ହେବ ।

Leave A Reply

Your email address will not be published.