
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କରାତଳି ଗ୍ରାମର ଗତ ୩୧ ତାରିଖରେ ଆରମ୍ଭ ହୋଇଥିବା ତିନିରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ମଙ୍ଗଳବାର ରାତ୍ରିରେ ଉଦ୍ଯାପିତ ହୋଇଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ କରାତଳି ଗ୍ରାମର ଗ୍ରୀନ ଗୋଲା ପଡ଼ିଆରେ ମା’ ଠାକୁରାଣୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ତିନିଦିନିଆ ସାନ୍ଧ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ତା ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନେଲ ମ୍ୟାଚ୍ ଖେଳ ଗତ ୨ ତାରିଖରେ ହୋଇଥିଲା । ପ୍ରଥମ ଦିନ ଖେଳରେ ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରୀୟାନ୍ ନିରଞ୍ଜନ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ତିନିରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମାଜସେବୀ ରାଜେନ୍ଦ୍ର ନାହାକ ପ୍ରଥମ ବେଟିଂ କରି ଖେଳ ଆରମ୍ଭ କରିଥିଲେ । ଫାଇନାଲରେ କରାତଳି ଏବଂ ନୂଆପଲ୍ଲୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କରାତଳି ଗ୍ରାମର ଜଗନ୍ନାଥ କ୍ରିକେଟ ଟିମ୍ ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୬୫ ରନ କରିଥିଲେ । ନୂଆପଲ୍ଲୀ କ୍ରିକେଟ ଟିମ୍ ୧୦ ଓଭରରେ ୪ ୱିକେଟ୍ ବିନିମୟରେ ୧୧୧ ରନ୍ କରି ବିଜୟୀ ହୋଇଥିଲେ । ମୁଖ୍ୟଅତିଥି ରୋଟାରୀୟାନ୍ ଶ୍ରୀ ପାତ୍ର ବିଜୟୀ ଦଳକୁ ପୁରସ୍କାର ବିତରଣ କରିଥିବାବେଳେ ଅନ୍ୟତମ ଅତିଥି ସୂର୍ଯ୍ୟ ପ୍ରଧାନ ରନର କରାତଳି ଗ୍ରାମର ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ମା’ ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟିର ସଂଯୋଜକ କମଳ ପଣ୍ଡା ମେନ୍ଅଫ୍ଦିମ୍ୟାଚ୍କୁ ପୁରସ୍କାରରେ ସମ୍ମାନିତ କରିଥିଲେ । ସମାଜସେବୀ ହେମନ୍ତ ନାହାକ, ମନୋଜ ମିଶ୍ର, ସଞ୍ଜୟ ନାହାକ, ବୁଲୁ ନାହାକ, ମାଧବ ନାହାକ, ସୂର୍ଯ୍ୟ ପ୍ରଧାନ, ସେନାପତି ନାହାକ ପ୍ରମୁଖ ଯୋଗଦେଇ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମା’ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର କର୍ମକର୍ତ୍ତା ଶୁଭମ ମଣ୍ଡଳ, ଆକାଶ ନାହାକ, ସାହିଲ ମଣ୍ଡଳ, ସୁମନ ନାୟକ, ହେମନ୍ତ ପଢିଆରୀ, ପ୍ରବୀର ପ୍ରଧାନ, ବିଭୂ ନାହାକ, ନିଶିକାନ୍ତ ଖୁଣ୍ଟିଆ, ମାନସ ନାହାକ, ଅନୀଲ ବେହେରା, ପବନ ନାହାକ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟକୁ ସୂଚାରୁ ରୂପେ ପରିଚାଳନା କରି ଖେଳ ସମାପ୍ତ କରିଥିଲେ ।