
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ମନୋରଞ୍ଜନ ପାଣିଗ୍ରାହୀ, ଡକ୍ଟର ସଞ୍ଜୟ କୁମାର ପଣ୍ଡା, ଡକ୍ଟର ବିପ୍ଲବ ରଞ୍ଜନ ପ୍ରଧାନ ଡକ୍ଟର ସିଦ୍ଧାନ୍ତ ଶଙ୍କର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ଶବ୍ଦଭଣ୍ଡାରର ବ୍ୟାବହାରିକ ରୂପ, ଓଡ଼ିଆ ଲିଖନର ସାଧାରଣ ଭ୍ରାନ୍ତି ନିରାକରଣ, ସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାରର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ, ଚିଠି ଓ ଆଦେଶନାମା, ଅନୁବାଦ, କାର୍ଯ୍ୟାଳୟ ପତ୍ର ବିନିମୟ, ସଂକ୍ଷେପାକ୍ଷର ପ୍ରୟୋଗ, ବାକ୍ୟଗଠନ ଓ ଚିହ୍ନ ପ୍ରୟୋଗ, ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି ଓ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ, ଆଲୋଚନା ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଏହି ଶିବିର ପରିଚାଳନା କରିଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ ଓ କାର୍ଯ୍ୟାଳୟର ଅଧିକାରୀ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ, ସରକାରୀ କର୍ମଚାରୀ ବୃନ୍ଦ ଏହି ଶିବିରରେ ଉପସ୍ଥିତ ରହିଥିଲେ ।