jayashree

ୟୁଜିଆଇଇ ଆଲୁମିନୀ ଲେଡିଜ କ୍ଲବର ରଜ ଉତ୍ସବ ଆସନ୍ତା ୧୪ରେ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଜିଆଇଇ ଆଲୁମିନୀ ଆସୋସିଏସନ ଲେଡିଜ୍ କ୍ଲବ୍ ପକ୍ଷରୁ ଆଲୁମିନୀ ସଦସ୍ୟା, ଆଲୁମିନୀମାନଙ୍କର ସହଧର୍ମିଣୀଙ୍କ ତରଫରୁ ସମସ୍ତ ଶୁଭେଚ୍ଛୁ ମହିଳାମାନଙ୍କ ପାଇଁ “ରଜ ଉତ୍ସବ–୨୦୨୬” ଆୟୋଜନ କରାଯାଉଛି । ଏଥିପାଇଁ ଆୟୋଜିତ ଏକ ବୈଠକରେ ରଜ ପର୍ବର ପାରମ୍ପରିକତା, ସଂସ୍କୃତି ଏବଂ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କିଛି ବିଶେଷ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୦୭ ଜୁନ ୨୦୨୬ (ରବିବାର) ଦିନ ଅପରାହ୍ନ ୪.୦୦ ଘଟିକାରୁ ୟୁଜିଆଇଇ ଅଡିଟୋରିୟମ ହଲ୍‌ରେ ପ୍ରତିଯୋଗିତାଗୁଡ଼ିକ ଯଥା ପୋଡ଼ ପିଠା ପ୍ରସ୍ତୁତି (ପ୍ରତିଯୋଗୀମାନେ ନିଜ ଘରୁ ପୋଡ଼ ପିଠା ପ୍ରସ୍ତୁତ କରି ଆଣିବେ), ପାନ ଭଙ୍ଗା ପ୍ରତିଯୋଗିତା (ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଆୟୋଜକମାନଙ୍କ ପକ୍ଷରୁ ଯୋଗାଇ ଦିଆଯିବ), ରଜ ଓଡ଼ିଆଣୀ ପ୍ରତିଯୋଗିତା (ପ୍ରତିଯୋଗୀମାନେ ପାରମ୍ପରିକ ଓଡ଼ିଆଣୀ ବେଶଭୂଷା, ଆଭୂଷଣ ଓ ସାଂସ୍କୃତିକ ପରିଚୟ ସହ ଉପସ୍ଥିତ ହେବେ । ଓଡ଼ିଶାର ପର୍ବପର୍ବାଣୀ, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ କିଛି ପ୍ରଶ୍ନ ମଧ୍ୟ ପଚରାଯାଇପାରେ) ଏହି ପ୍ରତିଯୋଗିତା ଗୁଡ଼ିକର ବିଜେତାମାନଙ୍କୁ ଆସନ୍ତା ୧୪ ଜୁନ ୨୦୨୬ (ରବିବାର) ସନ୍ଧ୍ୟା ୫ ଘଟିକାରେ ୟୁଜିଆଇଇ ଅଡିଟୋରିୟମ ହଲ୍‌ରେ ଆୟୋଜିତ ସାଂସ୍କୃତିକ ସମାରୋହରେ ପୁରସ୍କୃତ କରାଯିବ । ଏହା ସହ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଛି । ୟୁଜିଆଇଇ ଆଲୁମିନୀ ଆସୋସିଏସନ ଲେଡିଜ୍ କ୍ଲବ୍ ପକ୍ଷରୁ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ଏହି ରଜ ଉତ୍ସବରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଭ୍ରାତୃତ୍ୱର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.