jayashree

ଜଙ୍ଗଲ ଛାଡ଼ି ଗାଁରେ ବଣୁଆ ହାତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ଛାଡି ଗାଁରେ ବଣୁଆ ହାତୀ । ହାତୀକୁ ଦେଖି ଲୋକେ ଭୟଭୀତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ବାଲିପଟା ଗାଁରେ ଗାଉନ୍ତି ବାହାଲକୁ ଚାଷୀମାନେ ଚାଷ ପାଇଁ ଯାଇଥିବା ବେଳେ ଦୁଇଟି ହାତୀ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ଦୁଇ ହାତୀ କିଛିଦିନ ପୂର୍ବେ ପାଟଣାଗଡ ସହର ମଧ୍ୟକୁ ପଶି ଆସିଥିଲେ । ବହୁ କଷ୍ଟରେ ଜଙ୍ଗଲ ବିଭାଗ ଏମାନଙ୍କୁ ଘଉଡ଼ାଇ ଥିବା ବେଳେ ହରିଶଙ୍କର ରାସ୍ତାରେ ଥିବା ବାଲିପଟା ଗ୍ରାମକୁ ପଶିଥିବାରୁ ଲୋକେ ଭୟଭୀତ ହେଉଛନ୍ତି ।

Leave A Reply

Your email address will not be published.