jayashree

ଏକତ୍ର ଆୟୋଜିତ ଆଲୋଚନା ଚକ୍ର

  • ନାଟକର ଉପଭୋକ୍ତା ଦର୍ଶକ, ସେ ଶ୍ରୋତା ନୁହେଁ : ସୁବୋଧ ପଟ୍ଟନାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ୨୭ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେକ୍ଟର-୭ସ୍ଥିତ ମଧୁମଣ୍ଡପଠାରେ ଅନୁ୍‌ଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ସମକାଳୀନ ନାଟକରେ ସଂବାଦ, ସୃଜନ ଓ ସଂଭାବନା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ନାଟ୍ୟରଥୀ ସୁବୋଧ ପଟ୍ଟନାୟକ ଆଲୋଚକ ରୂପେ ଯୋଗ ଦେଇ କହିଲେ ନାଟକର ଉପଭୋକ୍ତା ଦର୍ଶକ, ସେ ଶ୍ରୋତା ନୁହେଁ । ନାଟକର ଆଖି ପାଇଁ ଖାଦ୍ୟ କେତେ ଉନ୍ନତ ହେବ, ତାହା ଆଗାମୀ ଦିନ ବିଚାର କରିବ । ସମୟ ଆସିଛି ନାଟକକୁ ଦର୍ଶକଙ୍କ ପାଖକୁ ଯିବାକୁ ପଡିବ ଓ ଇଂରେଜ ଶୈଳୀର ପ୍ରେକ୍ଷାଳୟର ପରଦା ପ୍ରଥାରୁ ଭାରତୀୟ ନାଟକକୁ ମୁକ୍ତ କରିବାକୁ ପଡିବ । ୧୯୫୦ ମସିହାରୁ ଏଯାବତ୍ ନାଟକର ବିଭିନ୍ନ ସ୍ତର ବିଷୟରେ ଆଲୋଚନା କରି ଗ୍ରାମାଂଚଳ, ସହର, ଆଧୁନିକତା ଓ ଉତ୍ତର ଆଧୁନିକତା ବିଷୟରେ ସେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରକୃତ ନାଟୁଆ ସିଏ, ଯିଏ ଦର୍ଶକ ହୋଇ ନାଟକ ଦେଖିବାକୁ ଭଲପାଏ, ନାଟକ କରେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଇସ୍ପାତ କାରଖାନାର ମହାପ୍ରବନ୍ଧକ ଲୋକ ସଂପର୍କ ବିଭାଗର ଅର୍ଚ୍ଚନା ଶତପଥୀ ଯୋଗଦେଇ ଏକତ୍ର କଳାକାରମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଓ ଅନନ୍ୟ । ପରବତ୍‌ତ୍ତର୍ତୀ ପରିସ୍ଥିତିରେ ନାଟକରେ ଭଲ ଦର୍ଶକ ପାଇଁ ପ୍ରସ୍ତୁତ ହେବା, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭଲ କଳାକାର ସୃଷ୍ଟି ପାଇଁ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦେବା ସହ ଏହିସବୁ କାର୍ଯ୍ୟ ପାଇଁ ଆର୍ଥିକ ସମସ୍ୟା ଥିବା କଥା ସେ ପ୍ରକାଶ କରିଥିଲେ । ଏକତ୍ରର ସଭାପତି କବି ରାଜୀବ ପାଣି ଏକତ୍ରର ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ଆଲୋଚ୍ୟ ପ୍ରସଙ୍ଗରେ ପୂର୍ବାଭାଷ ପ୍ରଦାନ କରିଥିଲେ । ଉପସଭାପତି ଆଲୋକ ବୋଷ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମକୁ ସଂପାଦକ ପ୍ରସନ୍ନ କୁମାର ମହାନ୍ତି ସଂଯୋଜନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଏକତ୍ରର ଉପଦେଷ୍ଟା ଡାକ୍ତର କୃପାସିନ୍ଧୁ ନାୟକ, ଡଃ ସୁମନ ଦତ୍ତ, ଭାସ୍କର ଚନ୍ଦ୍ର ମହାପାତ୍ର, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଆଇନ ପରାମର୍ଶଦାତା ପ୍ରଦୀପ କୁମାର ନାୟକ, ସଂପାଦକ ସୁଦେଶ ନାୟକ, କୈଳାସ ପାଣିଗ୍ରାହୀ, ଶରତ ଚନ୍ଦ୍ର ଦାସ, ଡଃ ସତ୍ୟ ମିଶ୍ର, କନକଲତା ଦାସଙ୍କ ସମେତ ଏକତ୍ର ସହବନ୍ଧିତ ଅନୁଷ୍ଠାନଗୁଡିକର କର୍ମକତ୍‌ର୍ତ୍ତା, ସଦସ୍ୟ-ସଦସ୍ୟାମାନେ ଯୋଗ ଦେଇଥିଲେ । ଏତଦ୍‌ବ୍ୟତୀତ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀ, ଶିଳ୍ପପତି ନିହାରିକା ବସ୍ତିଆ, ଡ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ପ୍ରଜ୍ଞାନନ୍ଦ ମହାନ୍ତି, କଲ୍ୟାଣୀ ଦାସ ଓ ସଂଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଏକତ୍ରର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.