
ବଲାଙ୍ଗିର, (କେପିଏନ୍ଏସ୍) : ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ପରିଚାଳିତ ‘ଅନ୍ନପୂର୍ଣ୍ଣା’ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ରବିବାର ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ପରିସରରେ ପ୍ରାୟ ୭୦୦ ଜଣ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ଆବଶ୍ୟକତାମନ୍ଦ ଲୋକଙ୍କୁ ଭାତ, ଡାଲମା, ଖଟା, ଛାଛ ଓ ଫଳ ବଣ୍ଟନ କରାଯାଇଥିଲା । ଗିରିଶ ଚନ୍ଦ୍ର ମିଶ୍ର ଓ ଶ୍ରୀମତୀ ବିଥିକା ମିଶ୍ର ତାଙ୍କ ନାତୁଣୀ କୁମାରୀ ରାଧିକାଙ୍କ ଜନ୍ମଦିନ ଅବସରରେ ଏହି ସେବା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି ଅବସରରେ କୁମାରୀ ରାଧିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସହଯୋଗୀ ପରିବାରଙ୍କୁ ଫାଉଣ୍ଡେସନ୍ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ମାରୱାଡ଼ି ସମ୍ମେଳନର ଶାଖା ଅଧ୍ୟକ୍ଷ ସୁଶୀଳ ଅଗ୍ରୱାଲ ଓ ସମ୍ପାଦକ କହ୍ନେୟା ଲାଲ ଅଗ୍ରୱାଲ ଅତିଥିଭାବେ ଯୋଗଦେଇଥିଲେ । ସେମାନଙ୍କୁ ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଉଣ୍ଡେସନ୍ର ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ ।