
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ପକ୍ଷରୁ ପଲିଟେକନିକ୍ ସ୍ଥିତ କନଫରେନ୍ସ ହଲ୍ ଠାରେ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ କହିଥିଲେ ଏହି କର୍ମଶାଳାକୁ ଉଦ୍ଘାଟନ କରି ଆମ ଆଚରଣ ଓ ଉଚ୍ଚାରଣରେ ଯଦି ପାର୍ଥକ୍ୟ ରହିଥାଏ, ଆମେ ଯାହା କରୁ ତାହା ବିଶେଷ କାମରେ ଲାଗିଲା ଭଳି ମନେ ହୁଏ ନାହିଁ । ଆପଣଙ୍କ ଅନ୍ତର ଭିତରେ ଯଦି ନକାରାତ୍ମକ ଚିନ୍ତାରେ ଘାଣ୍ଟି ହେଉଥିବେ ତାହେଲେ ପୃଥିବୀଟା ଆପଣଙ୍କୁ ସେମିତି ହିଁ ଦିଶିବ ବୋଲି କହିଥିଲେ । ସମ୍ପର୍କ, ସେବା, ସଂସ୍କାର, ସହଯୋଗ ଓ ସମର୍ପଣ ଯାହା “ସ” ଅକ୍ଷର ରୁ ଆରମ୍ଭ ହୁଏ ତାହା ସବୁବେଳେ ସକାରାତ୍ମକ ହୋଇଥାଏ ଓ ଏଥିରେ ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ । ଯାହାକି ଭାରତ ବିକାଶ ପରିଷଦ ଅନୁଷ୍ଠାନ ହିଁ କାର୍ଯ୍ୟରେ ଦେଖାଇଛି ବୋଲି ଜିଲ୍ଲାପାଳ ଡଃ ସାହୁ ପ୍ରଶଂଶା କରିଥିଲେ । ଅନୁଷ୍ଠାନର ସଭାପତି ଡ଼. ସନ୍ତୋଷ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ସଂପାଦକ ଆଶିଷ କୁମାର ଅଗ୍ରୱାଲ, କ୍ଷେତ୍ରୀୟ ଯୁଗ୍ମ ସଂପାଦକ ପ୍ରକାଶ କୁମାର ପଟ୍ଟନାୟକ, ପ୍ରାନ୍ତୀୟ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରାନ୍ତୀୟ ସଂପାଦକ ଦୁର୍ଯ୍ୟୋଧନ ସାହୁ, ସୋନପୁର ଶାଖା ସଭାପତି ସନ୍ତୋଷ ପଣ୍ଡା ଯୋଗ ଦେଇ ଏହି ଅନୁଷ୍ଠାନର ଯାହା ନୀତି ନିୟମ ଅନୁଶାସନ ଅଛି ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ବୋଲି ମତ ରଖି ସମ୍ପର୍କ, ସେବା, ସଂସ୍କାର, ପର୍ଯ୍ୟାବରଣ, ମହିଳା ସହଭାଗିତା ଏହି ପାଞ୍ଚଟି ଆୟାମ ଉପରେ ଆଲୋଚନା କରିଥିଲେ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏହି ୪ ଗୋଟି ରାଜ୍ୟରେ ସଙ୍ଗଠନ ଆରମ୍ଭ ହୋଇଛି ବୋଲି କହିଥିଲେ । ଅଲ୍ ଇଣ୍ଡିଆ ଲେବେଲ୍ରେ ଯାହା ନିଷ୍ପତ୍ତି ହୁଏ ତାହା ପ୍ରତି ବ୍ରାଞ୍ଚ ପ୍ରତି ସେକ୍ଟର ଯାଏ ପହଞ୍ଚିଥାଏ ବୋଲି କହିଥିଲେ ଓ ପଛୁଆ ବର୍ଗ ତଥା ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳତା ନ ଥିବା ଅବହେଳିତ ଲୋକ ଙ୍କ ପାଇଁ ଭାରତ ବିକାଶ ପରିଷଦ କାର୍ଯ୍ୟ କରି ଆସୁଛି ବୋଲି କହିଥିଲେ । ଏବଂ ଆର୍ଥିକ ସିଷ୍ଟମ ଓ ଏହାର ପରିଚାଳନା ଉପରେ ବିସ୍ତାର ଭାବେ ଆଲୋଚନା କରି ଆଜିର ଏହି କର୍ମଶାଳା ସମସ୍ତଙ୍କ ଉତ୍ସାହ ବଢ଼ାଇଛି ବୋଲି ଅତିଥି ଓ ବକ୍ତା କହିଥିଲେ । ନୂଆ କାର୍ଯ୍ୟକାରିଣୀ ସଦସ୍ୟ ତଥା ସଦସ୍ୟ ଶପଥ ଗ୍ରହଣ କରିଥିଲେ । ବରଗଡ଼ ଜିଲ୍ଲାର ସଭାପତି ରାଜ କିଶୋର ମିଶ୍ର, ପ୍ରାନ୍ତୀୟ ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ଅଗ୍ରୱାଲ, ପ୍ରାନ୍ତୀୟ ମହିଳା ସହଭାଗିତାର ସଂଯୋଜିକା ତନୁଜା ପାଢୀ, ପ୍ରାନ୍ତୀୟ ସମ୍ପର୍କର ସଂଯୋଜକ ଦୁର୍ଗା ପ୍ରସାଦ ଶର୍ମା, ପ୍ରାନ୍ତୀୟ ସଂସ୍କାର ସଂଯୋଜିକା ଅଶୋକ କୁମାର କ୍କକ୍କର ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ । ସୋନପୁର ବ୍ରାଞ୍ଚର କୋଷାଧ୍ୟକ୍ଷ ସୁନନ୍ଦା ସାହୁ, ସେବା ସଂଯୋଜକ ପ୍ରମୋଦ କୁମାର ସାହୁ, ସଂସ୍କାର ସଂଯୋଜକ ଦାମୋଦର ପଣ୍ଡା, ପର୍ଯ୍ୟାବରଣ ସଂଯୋଜକ ଅରବିନ୍ଦ ସାହୁ, ସମ୍ପର୍କ ସଂଯୋଜକ ଜ୍ୟୋତିର୍ମୟ ମିଶ୍ର, ମହିଳା ସହଭାଗିତା ସଂଯୋଜିକ ଡ. ପ୍ରତିମା ରଥ, ରାଉରକେଲାର ଅଞ୍ଜୁ କକ୍କର, ସୋନପୁର ଶାଖାର ଡ଼. କଳ୍ପନା ମିଶ୍ର, ଡ଼. ଦେବେନ୍ଦ୍ର ପଧାନ, କ୍ଷୀରୋଦ ମେହେର, ହରିଶଙ୍କର ମିଶ୍ର, ସୁଶିଲ ପର୍ଡିଆ, ନିରୁପମା ପର୍ଡିଆ, ଲକ୍ଷ୍ମୀ ପାଣିଗ୍ରାହୀ, ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ସ୍ମିତା ମେହେର, ପ୍ରମୁଖ ସମସ୍ତ ସଦସ୍ୟ ସଦସ୍ୟା ଓ ଆର୍ଏସ୍ଏସ୍ର ରାଜେଶ୍ ସିଂ ଭାଇ, ରଶ୍ମି ରଞ୍ଜନ ଦାସ, ଦଶରଥ ଭାଇ, ଜଲଦେବ ଭାଈ ପ୍ରମୁଖ ସହଯୋଗ କରିଥିଲେ ।