jayashree

ପଣ୍ଡରାମାଳି ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ମହାକେନ୍ଦ୍ର ପଣ୍ଡରାମାଳି ସମାଜର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ସମାଜର ସଭାପତି ରଞ୍ଜନ ମହଲାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉପକେନ୍ଦ୍ରରୁ ଆସିଥିବା ସଭାପତି, ସମ୍ପାଦକ ଓ ସଦସ୍ୟ ପ୍ରମୂଖ ଯୋଗ ଦେଇଥିଲେ । ପଣ୍ଡରାମାଳି ସମାଜ ପାଇଁ ସୋନପୁର ସଦରମହକୁମା ଠାରେ ଏକ ପଣ୍ଡରାମାଳି ଭବନ ତିଆରି କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସରକାରଙ୍କ ପାଖରେ ଏକ ଜମି ଚିହ୍ନଟ ପାଇଁ ଆବେଦନ କରାଯାଇଛି । ତାହା ଶୀଘ୍ର ଚିହ୍ନଟ କରାଯିବ ବୋଲି ପଣ୍ଡରାମାଳି ସମାଜର କେନ୍ଦ୍ରୀୟ ସଭାପତି ସୂଚନା ଦେଇଥିଲେ । ବିଭିନ୍ନ ଉପକେନ୍ଦ୍ର ସଭାପତି ଓ ସମ୍ପାଦକ ତାଙ୍କ ଅଞ୍ଚଳର ଜାତିଆଣ ବିଷୟରେ ଆଲୋଚନା କରିଥିଲେ । ପଣ୍ଡରାମାଳି ସମାଜର ପୂର୍ବତନ ସମ୍ପାଦକ ବିଭିନ୍ନ ପ୍ରକାରର ବିଭାଜନ କରୁଥିବା ବେଳେ ତାହା ଉପରେ ଆଲୋଚନା କରି ସମସ୍ତ କର୍ମକର୍ତ୍ତା ଦୁଃଖ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସୋନପୁର ଉପକେନ୍ଦ୍ରର କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କ ମଧ୍ୟରେ ଏକତ୍ରିତ କରାଯାଇ ଥିବାବେଳେ ବାର୍ଷିକ ସମ୍ମିଳନୀ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପଣ୍ଡରାମାଳି ମହାକେନ୍ଦ୍ରର ଉପସଭାପତି ପଙ୍କଜ ଖମାରି, ସମ୍ପାଦକ ପରୀକ୍ଷ ସା, ଉପଦେଷ୍ଟା ବିପିନ ଖମାରୀ, ସମୀକ୍ଷକ ସୀତାରାମ ଭୋଇ ଓ ସୋନପୁର ଉପକେନ୍ଦ୍ର ସଭାପତି ରାମଶଙ୍କର ଖମାରୀ, ସମ୍ପାଦକ ମହାଦେବ ମଲ୍ଲିକ, ଇଶ୍ୱର ବିଶି, ଜୟ ସା, ଶଙ୍କର ବିଶି, ପଞ୍ଚାନନ ପଧାନ, ଚମାର ବିଶି, ନିଳାଞ୍ଚଳ ବିଶି, ପିତାମ୍ବର ମହଲା, ଦୁର୍ଲଭ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.