
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଶ୍ରୀମତୀ ନୀଳିମା ରାଣୀ ମହାନ୍ତିଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟୀ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର, ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀମତୀ ଜ୍ୟୋସ୍ନା ରାଣୀ ସାହୁ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ନୀଳିମା ରାଣୀ ମହାନ୍ତିଙ୍କ ଦୀର୍ଘ କାର୍ଯ୍ୟ ଜୀବନ ମଧ୍ୟରେ ସେ ଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, କ୍ରୀଡ଼ାଭାବନା ଏବଂ ସ୍ୱାସ୍ଥ୍ୟ ସଚେତନତା ଗଢ଼ି ତୋଳିବାରେ ଅମୂଲ୍ୟ ଅବଦାନ ରଖିଥିବା କଥା ମତ ପ୍ରକାଶ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀ ନିଜ ଅଭିଭାଷଣରେ ବିଦ୍ୟାଳୟ ସହ ଜଡିତ ଅନେକ ସ୍ମୃତିକୁ ସ୍ମରଣ କରି ଭାବୁକ ହୋଇପଡ଼ିଥିଲେ । ଶେଷରେ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହଟି ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା ।