ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିରର ସାହିତ୍ୟ ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବିଜ୍ଞାନ ସାହିତ୍ୟ ଉପରେ ଏକ ୱେବ ସଂଗୋଷ୍ଟି ଆୟୋଜିତ ହୋଇଥିଲା । ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିରର ସଭାପତି ସନାତନ ଠାକୁର ବିଜ୍ଞାନ ସାହିତ୍ୟ ଉପରେ ଏବଂ ଅଧ୍ୟାପକ ସନ୍ଦିପ କୁମାର କୁଅଁର ସାହିତ୍ୟରେ ବିଜ୍ଞାନ ବିଷୟରେ ତଥ୍ୟପୁର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଯୁକ୍ତା ପରିଚ୍ଛା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସବିତା ଭୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ପ୍ରାଦେଶିକ ସାଧାରଣ ସଂପାଦକ ସନ୍ତୋଷ କୁମାର ମହାପାତ୍ର, ରଘୁନାଥ ପଣ୍ଡା, ଜିଲ୍ଲା-ଉପସଭାପତି ଅଚ୍ୟୁତାନନ୍ଦ ଉଦ୍‌ଗାତା, ପ୍ରଶାନ୍ତ ମଙ୍ଗରାଜ, ସତ୍ୟନାରାୟଣ ପଧାନ, ସୁରୁଚି ମିଶ୍ର, ପ୍ରତିମା ମେହେର, ଜ୍ୟୋତିରାଣୀ ମିଶ୍ର ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଧର୍ମବ୍ରତ ରଥ ଏବଂ ରଙ୍କମଣି ବାରିକ ସମସ୍ତ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ସଭ୍ୟ ରାମଚନ୍ଦ୍ର ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.