ଫେବ୍ରୁଆରୀ ମାସରେ ହେବାକୁ ଥିବା ଜେଇଇ ମେନ୍‌ ୨୦୨୧ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ : ଫେବ୍ରୁଆରୀ ମାସ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ଲାଗି ଏନଟିଏ ପକ୍ଷରୁ ଆଡମିଟ କାର୍ଡ ଜାରି କରାଯାଇଛି । ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ nta.ac.in ଅଥବା jeemain.nta.nic.inକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫେବ୍ରୁଆରୀ ୨୩ରୁ ୨୬ ଯାଏ ଆୟୋଜିତ ହେବ । ପରୀକ୍ଷାରେ ସାମିଲ୍ ହେବା ପାଇଁ ଆଡମିଟ୍ କାର୍ଡର ନକଲ ସାଥିରେ ନେବାକୁ ପଡ଼ିବ ।

Leave A Reply

Your email address will not be published.