ହଜାରେ କୋଟି ଜମା ହେଲାଣି ଟ୍ରଷ୍ଟ ଆକାଉଣ୍ଟରେ ରାମ ମନ୍ଦିର ନିର୍ମାଣ ପାଇଁ

ଅଯୋଧ୍ୟା : ଆରମ୍ଭ ହୋଇଯାଇଛି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା । ଏହାର ନିର୍ମାଣ ପାଇଁ ଧନ ସଂଗ୍ରହ କାମ ମଧ୍ୟ ଫୁଲ୍‌ ଦମ୍‌ରେ ଚାଲିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କ ମତରେ ଟ୍ରଷ୍ଟ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶିର ସଠିକ ଅନୁମାନ କରିବା କଷ୍ଟକର ଯଦିବି, ତଥାପି କିନ୍ତୁ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଆସୁଛି । ସେଭଳି ବହୁତ ଦାତାଙ୍କ ପକ୍ଷରୁ ଦାନ କରାଯାଇଥିବା ଧନରାଶି ଏପର୍ୟ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ପହଁଞ୍ଚି ନାହିଁ, କାରଣ ଏଥିରେ ସମୟ ଲାଗୁଛି । ବର୍ତ୍ତମାନ ସମୟରେ ଟଙ୍କା ସଂଗ୍ରହ କରିବା କାମ ଚାଲିଛି । ଟ୍ରଷ୍ଟ କର୍ମୀ‌ଙ୍କ ଜରିଆରେ ଯେଉଁ ଧନ ସଂଗ୍ରହ କରାଯାଉଛି, ତାକୁ ବ୍ୟାଙ୍କରେ ଡିପୋଜିଟ୍ କରାଯାଉଛି ।

Leave A Reply

Your email address will not be published.