csstore

ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳ ଦ୍ୱାରା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ କରାଯାଇଛି । ଏହି ଅବସରରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ ବ‌କ୍ତବ୍ୟ ଦେଇ କହିଥିଲେ ଯେ, ଉପାଧ୍ୟାୟ ଜୀ ଆଇଏଏସ୍‌ ଥିଲେ, କିନ୍ତୁ ନିଜ ସ୍ୱାର୍ଥ ପାଇଁ କିଛି ନ କରି ସମ୍ପୂର୍ଣ ଜୀବନ ସମାଜସେବା, ରାଷ୍ଟ୍ରସେବାରେ ସମର୍ପଣ କରି ଦେଇଥିଲେ । ଆଜିର ଦିନ ୧୧ ଫେବୃଆରୀକୁ ଆମେ ସମର୍ପଣ ଦିବସ ଭାବରେ ପାଳନ କରୁଛୁ । ଏହି ପୁଣ୍ୟତିଥି ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ବରଗଡ ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ମଦନ ମୋହନ ପଟେଲ, ମଣ୍ଡଳ ସ୍ତରୀୟ କାର୍ୟ୍ୟକର୍ତ୍ତା ମକରଧ୍ୱଜ ସରାଫ, କୃଷ୍ଣ ପଟେଲ, ଭେଙ୍କଟା ପଟେଲ, ରୋହିତ ପଟେଲ, ଭାରତ ପଟେଲ, ମୁକେଶ ଷଣ୍ଡ, ଚନ୍ଦ୍ରଶେଖର ରାଉତ, ଚନ୍ଦନ ବାଗ, ଲଷ୍ମୀଧର ସାହୁ, ରାଜେନ୍ଦ୍ର ପଟେଲ ଆଦି ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.