ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ

ବାଲେ‌ଶ୍ୱର : ଟ୍ରକକୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ୍‌ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲେଶ୍ୱର ଜି‌ଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସାଇ ସର୍ଭିସ ଷ୍ଟେସନର ପାଖରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବସ୍‌ ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟେ ଧ‌କ୍କା ଦେଇଥିଲା । ଫଳରେ ଘଟଣା‌ସ୍ଥଳରେ ୭ ଯାତ୍ରୀ ଗୁରୁତର ଆହତ ହୋଇଛିନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜଳେଶ୍ୱରର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ପଠାଯାଇଛି । ଦୁର୍ଘଟଣା ହୋଇଥିବା ବସର ନମ୍ବର ହେଉଛି (ଡବ୍ଲୁ -ବି -୪୫-୦୮୯୨) ।

Leave A Reply

Your email address will not be published.