ଭୁବନେଶ୍ୱରରେ ମିସିଂ ପୋଷ୍ଟର ଲଗାଯିବା ଘଟଣାରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ମିସିଂ ପୋଷ୍ଟର ଲଗାଯିବା ଘଟଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛ‌ନ୍ତି । ଭୁବନେଶ୍ୱର ମୋତେ ମିସ କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଥିବା ବେଳେ ଆଉ ମଧ୍ୟ କହିଛନ୍ତି ଯେ, ମୁଁ ଦିଲ୍ଲୀରେ ରହିବାର କାରଣ ଏବେ ସଂସଦ ଅଧିବେଶନ ଚାଲିଛି । ଆସନ୍ତା ୧୫ ତାରିଖ ଭୁବନେଶ୍ୱର ଫେରିବି । ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି । ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ତଙ୍କ ସହ କଥା ହୋଇ ପଦକ୍ଷେପ ନେବି ବୋଲି ଅପରାଜିତା କହିଛନ୍ତି । ଅନ୍ୟପକ୍ଷରେ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ଭୁବନେଶ୍ୱରେ ମିସିଂ ପୋଷ୍ଟର ଲଗାଯିବା ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

Leave A Reply

Your email address will not be published.