mahavir

ପ୍ରାଇସ, ପ୍ରେଷ୍ଟିଜ, ପେନସନକୁ ନେଇ ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ସ୍ୱାଭିମାନ ଯାତ୍ରାରେ ନବ ନିର୍ମାଣ କୃଷକ ସଂଗଠନ ଆଜି ବଲାଙ୍ଗିର ପହଂଚିଛି । ସାମ୍ବାଦିକ ସମ୍ମିଳନୀ କରି ଚାଷୀକୁଳର ୨୧ ଦଫା ଦାବି ତଥା ପ୍ରାଇସ, ପ୍ରେଷ୍ଟିଜ, ପେନସନକୁ ନେଇ ପୁଣି ଗର୍ଜିଛି । ବାରମ୍ବାର ଆନ୍ଦୋଳନ ସତ୍ୱେ ସରକାର ଚାଷୀକୁଳଙ୍କ ପ୍ରତି ଆଖି କାନ ବନ୍ଦ କରି ଦେଇଛି । ଚାଷୀ କୁଳ ନିଜ ହକ ନେଇ ରାଜଧାନୀରେ ଆନ୍ଦୋଳନ କରୁଥିବା ବେଳେ ସରକାର ଚାଷୀମାନଙ୍କ ଉପରେ ବଳ ପ୍ରୟୋଗ କରି ଜେଲ ପଠାଉଛି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.