
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆଜି ଓଡିଶା ସରକାର ଓ ଓ.ସି.ପି.ଏଲର ମିଳିତ ଆନୁକୂଲ୍ୟରେ ଲାଠୋର ଠାରେ ତିଆରି ହୋଇଥିବା ମିନି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି କ୍ରୀଡ଼ା ଭିତ୍ତିଭୂମି ସ୍ଥାନୀୟ ଯୁବ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ନୂତନ ଦିଗ ଦେଖାଇବ । ଆଶା କରୁଛି, ଏହି ଷ୍ଟାଡିୟମ ଆମ ଅଞ୍ଚଳରେ କ୍ରୀଡ଼ା ସଂସ୍କୃତିକୁ ଅଧିକ ସୁଦୃଢ଼ କରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ।