mahavir

ମୁରିବାହାଲ ବ୍ଲକ ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନପଡ଼ା ଓ ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଚନ୍ଦନଯାତ୍ରା ମହୋତ୍ସବ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନପଡ଼ା), ବାହାଡୁକି ସମେତ ବିଭିନ୍ନ ଗ୍ରାମରେ ଦୀର୍ଘ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଚନ୍ଦନ ଯାତ୍ରା ମହୋତ୍ସବ ଶୁକ୍ରବାର ଚନ୍ଦନ ତଥା ବୁଦ୍ଧ ପୂର୍ଣ୍ଣିମାରେ ନଗର ପରିକ୍ରମା ସହ ଉଦଯାପିତ ହୋଇ ବୈଶାଖ ବ୍ରତ ସମାପ୍ତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ, ପୁରାଣ ପଠନ, ନାବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ-ଉତ୍ତରାବାଲି ବିବାହ ପ୍ରଭୃତି ବିରାଟପର୍ବର ପୌରାଣିକ ନାଟକଗୁଡ଼ିକ ମଞ୍ଚସ୍ଥ ହୋଇଥିଲା । ଯମୁନା ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ବର୍ଷ ଚନ୍ଦନ ଯାତ୍ରା ମହୋତ୍ସବରେ ଗାନ୍ଧୀଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁଯ୍ୟୋଧନ ପାଣିଗ୍ରାହୀ ଓ ପ୍ରେମାନନ୍ଦ ଥନାପତି ପୂଜକ ଦାୟିତ୍ଵରେ ଥିଲେ । ଏହି ଅବସରରେ ଆୟୋଜକ କମିଟି ପକ୍ଷରୁ ପୌରାଣିକ ଚନ୍ଦନ ଯାତ୍ରାର ବୟୋଜ୍ୟେଷ୍ଠ ଶତାୟୁ କଳାକାର ପୂର୍ଣ୍ଣଚନ୍ଦ୍ର ମହାକୁରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ମଧୁସୂଦନ କର୍ମୀ, ବୁଡୁ ଡ଼ାଙ୍ଗ, ସୁରେଶ ପଧାନ, ଶଙ୍କର୍ଷଣ କର୍ମୀ, ଦିଲ୍ଲୀପ କର୍ଣ୍ଣ, ପ୍ରମେଷ୍ଟି ମହାକୁର, ସଂକୀର୍ତ୍ତନ୍ୟ କର୍ମୀ, ସୁରେନ୍ଦ୍ର ଡାଙ୍ଗ, ଭିକୁ ମେର୍ଲୀ, ଶ୍ରୀରାମ ଡାଙ୍ଗଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବନବାହାଲ ଗ୍ରାମରେ ରଘୁନାଥ ବେହେରା ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ବେହେରା କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ଵରେ ଥିଲେ । ଆୟୋଜକ ପୂଜା କମିଟି ସଭାପତି ପ୍ରହ୍ଲାଦ ବେହେରା,ସମ୍ପାଦକ ସୁବୋଧ ବେହେରା, ସହସମ୍ପାଦକ କ୍ରିଷ୍ଣା ବାଗ, କୋଷାଧ୍ୟକ୍ଷ ହରିଶଙ୍କର ବେହେରା, ଦୀନକୃଷ୍ଣ ବାଗଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ମୁରିବାହାଲ ଷ୍ଟେସନପଡାରେ ଅନୁଷ୍ଠିତ ପଞ୍ଚମ ବର୍ଷ ଚନ୍ଦନ ଯାତ୍ରାରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ କର୍ତ୍ତା ଓ ପ୍ରଣବ କୁମାର ଦାସ ପୂଜକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଆୟୋଜକ କମିଟି ତଥା ଶତାଧିକ ମହିଳା ଶ୍ରଦ୍ଧାଳୁ ସହଯୋଗ କରୁଥିଲେ । ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ସୁମନ ନାଏକ ଓ ତାଙ୍କ ଧର୍ମପତ୍ନୀ ସଜମନି ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ଵରେ ଥିବା ବେଳେ ଆୟୋଜକ କମିଟିର ବଳବନ୍ତ ଭୋଇ, ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖର୍ସେଲ, ଗିରିଧାରୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେହିପରି ବାହାଡୁକି ଗ୍ରାମରେ ଅନୁଷ୍ଠିତ ଚନ୍ଦନ ଯାତ୍ରାରେ ଚୁଡ଼ାମଣି ନାଏକ ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ନାଏକ କର୍ତ୍ତା, ଜୟପ୍ରକାଶ ଦାସ ପୂଜକ ଓ ପୁରାଣ ଗାୟକ ରୂପେ ଗୌର ମିଶ୍ର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଆୟୋଜକ କମିଟି ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେହିପରି ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରା ମହୋତ୍ସବ ପୂର୍ଣ୍ଣାହୁତି ସହ ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.