
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଯେଉଁ ଲୋକମାନଙ୍କ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ ଥାନାରେ ଏତଲା ଦାଖଲ ହୋଇଥିଲା ସେମାନଙ୍କ ରିପୋର୍ଟକୁ ଆଧାର କରି ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋବାଇଲ ଜବତ କରିବା ସହ ଆଜି ଅପରାହ୍ନରେ ୧୬ଟି ମୋବାଇଲର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି । ଏହା ସହ ଯେଉଁ ଲୋକଙ୍କ ମୋବାଇଲ୍ ହଜି ଯାଇଛି, କି ଚୋରି ହୋଇଯାଇଛି ସେମାନେ ଥାନାରେ ଆସି ଜଣାନ୍ତୁ, ପୋଲିସ ଖୋଜି ବାହାର କରିବ ବୋଲି ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ସୂଚନା ଦେଇଛନ୍ତି । ଏହି ମୋବାଇଲ ହସ୍ତାନ୍ତର ସମୟରେ ଥାନାଧିକାରୀ ମନୋଜ ମୁଣ୍ଡା, ଏସଆଇ ଟି ବି କିଷାନ, ଏଏସ୍ଆଇ ମନୋଜ କୁମାର ବିଶି ଓ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ମୋବାଇଲ୍ ଫେରି ପାଇଥିବାରୁ ମୋବାଇଲ ମାଲିକମାନେ ଟିଟିଲାଗଡ ପୋଲିସକୁ ଧନ୍ୟବାଦ ଅର୍ପଣ କରିଥିଲେ ।