
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନର ଜଣେ ନିଷ୍ଠାପର ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଗଳ କୃଷ୍ଣ ଦାଶ ଦୀର୍ଘ ୪୦ ବର୍ଷର ସେବା ପରେ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ଜରୁରୀ) ସୁନୀଲ କୁମାର କେରକେଟ୍ଟା, ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଆଦିତୀ ଆଚାର୍ଯ୍ୟ, ଡେପୁଟୀ କଲେକ୍ଟର ଦୀପକ୍ କୁମାର୍ ଜେନାଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଗଣ୍ୟମାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଉପସ୍ଥିତ ଅତିଥିମାନେ ଶ୍ରୀ ଦାଶଙ୍କ ଦୀର୍ଘ ଚାକିରୀ କାଳ ମଧ୍ୟରେ ତାଙ୍କର ଅସାଧାରଣ କାର୍ଯ୍ୟ ଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ସରଳ ସ୍ୱଭାବର ଭୂୟସୀ ପ୍ରଶଂସା କରିଥିଲେ । ଜଣେ ସରଳ ଓ ନିଷ୍ଠାପର କର୍ମଚାରୀ ଭାବେ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ପରିଶେଷରେ ତାଙ୍କର ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ରହୁ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯିବା ସହ ତାଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସାଦର ପୂର୍ଣ୍ଣ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।