mahavir

ବଲାଙ୍ଗିର ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଏହି ରକ୍ତଦାନ ଶିବିରକୁ ପୂର୍ବାହ୍ନରେ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରକ୍ତ ଭଂଡ଼ାରରେ ରକ୍ତର ଅଭାବ ଦେଖାଦେଉଥିବା ବେଳେ ବଲାଙ୍ଗିର ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆକସ୍ମିକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତଥା ଅନ୍ୟ ରୋଗୀମାନଙ୍କୁ ତୁରନ୍ତ କିଭଳି ରକ୍ତ ଦିଆଯାଇପାରିବ, ଏଥିପାଇଁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା କ୍ଲବ୍‌ ପକ୍ଷରୁ କୁହାଯାଇଛି । ବିଗତ ଦିନରେ ଅନେକ ସେବା ମୂଳକ ପଦକ୍ଷେପ ହାତକୁ ନେଇଥିବା ଏହି କ୍ଲବର୍‌ ସଦସ୍ୟମାନେ ଏହି ରକ୍ତଦାନ ଶିବିରକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.