
- ସିଆରସିସିଙ୍କ ଦରମା କିପରି ହେଉଛି ?
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ଦାନପୁର୍ କ୍ଲଷ୍ଟର ସ୍ତରୀୟ ଭାବେ କାର୍ଯ୍ୟରତ ସିଆରସିସି ପ୍ରଶାନ୍ତ ସେଠୀଙ୍କ କାର୍ଯ୍ୟକଳାପ ଆଦି ଭଲ ନୁହେଁ । ଏଦିଗରେ ଖଲ୍ଲିକୋଟ୍ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ (ବ୍ରହ୍ମପୁର)ଙ୍କ କୌଣସି ପଦକ୍ଷେପ ଅବା କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଅନ୍ତତଃ ପକ୍ଷେ ପ୍ରମୁଖ ଉପରିସ୍ଥ ଶିକ୍ଷାଧିକାରୀ ତଥା ବିଇଓ, ଡିଇଓଙ୍କ ସ୍କୁଲ୍ ପରିଦର୍ଶନରେ ନ ଆସିବା, ପାଠପଢ଼ା କିପରି ହେଉଛି ତାହା ଉପରେ ଅନୁସନ୍ଧାନ କରିବା ଦିଗରେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରାଯାଇଥିବା ଅତ୍ୟନ୍ତ ଦୁଃଖର ବିଷୟ ହୋଇଛି । ଏ ନେଇ ଗରିବ ନିରାଶ୍ରୟ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରିଛି । ପ୍ରକାଶ ଥାଉକି, ସମ୍ପୃକ୍ତ ସିଆରସିସି ପ୍ରଶାନ୍ତ ସେଠୀଙ୍କ ନିଜ ସ୍କୁଲରେ ସେ ଅନ୍ତତଃ ପକ୍ଷେ ୧୫ ଦିନରେ ନିଜ ବିଦ୍ୟାଳୟରେ କ୍ଲାସ୍ କରିବା ସରକାରୀ ନିୟମ ରହିଛି । ସେ ଖଲ୍ଲିକୋଟ୍ ବ୍ଲକର ଦାନପୁର୍ କ୍ଲଷ୍ଟରରେ ପ୍ରାୟତଃ ଅଢ଼େଇ ବର୍ଷ ହେଲା କାର୍ଯ୍ୟରେ ଯୋଗଦେଇଥିଲେ । ସେହିଦିନ ଠାରୁ ସେ ଅଦ୍ୟାବଧି ନିଜ ବିଦ୍ୟାଳୟ ପାଳଧୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ କେବେବି କ୍ଲାସ୍ କରିନାହାନ୍ତି, ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ଏପରିକି ସେହି ବିଦ୍ୟାଳୟର ଅଭିଭାବକମାନଙ୍କ ଠାରୁ ମଧ୍ୟ ଏହି ଅଭିଯୋଗ ହୋଇଛି । ଏ ସମ୍ପର୍କରେ କେତେଜଣ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପାଳଧୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ତନଖି କରିଥିଲେ ଏବଂ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଏସମ୍ପର୍କରେ ପଚାରି ବୁଝିଥିଲେ । ଯାହା ଜଣାପଡ଼ିଥିଲା ଯେ, ସିଆରସିସି ପ୍ରଶାନ୍ତ ସେଠୀ ସରକାରୀ କାର୍ଯ୍ୟରେ ପୂର୍ଣ୍ଣ ଅବହେଳା କରି ମାସ ପୁରିଲେ ଭଲ ଦରମା ନେଇଯିବାର ଜାଣିଛନ୍ତି । ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ହୋଇଛି । କ୍ଲଷ୍ଟର ସ୍ତରୀୟ କାର୍ଯ୍ୟରେ ଏବଂ ପିଲାଙ୍କୁ ପାଠପଢ଼ାରେ ସମ୍ପୂର୍ଣ୍ଣ ଅବହେଳା କରୁଥିବା ଅଭିଯୋଗ ହୋଇଛି । ସେ ପ୍ରାୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଜରିଆରେ କାମ କରାଇଥାନ୍ତି । ପ୍ରାୟ ସବୁ ସମୟ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଏବଂ ଚିତ୍ତବିନୋଦନ ଉଦ୍ଦେଶ୍ୟରେ ଜୀବନ ଅତିବାହିତ କରନ୍ତି ବୋଲି କୁହାଯାଏ । ସିଆରସିସି ପ୍ରଶାନ୍ତ ସେଠୀ ସ୍ୱେଚ୍ଛାକୃତ ଭାବେ କେତେବେଳେ ସେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ୱାଟସପ୍ ଗ୍ରୁପରେ ନିଜ ହାତରେ ଟାଟୁ ଆର୍ଟିଷ୍ଟ ବିଷୟରେ ସେଣ୍ଟ କରିବା ଭଳି ବାର୍ତ୍ତା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତପ୍ରକାଶ ପାଇଛି । ତେଣୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେଇ ଉକ୍ତ ସିଆରସିସି ବାବୁଙ୍କ ମନମୁଖୀ କାର୍ଯ୍ୟ ଉପରେ ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅବା ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ହୋଇଛି ।