mahavir

ବିନା ସୂଚନା ଫଳକରେ ଚାଲିଛି ନୂତନ ଡାକ୍ତର ଆବାସସ୍ଥଳୀ      

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତର ନୂତନ ନିର୍ମିତ ଡାକ୍ତର ଖାନାରେ ଆବାସ ଗୃହ ନିମ୍ନମାନର କାମ ହେଉଥିବା ଅଭିଯୋଗ । ଉକ୍ତ ଗୃହରେ ଫାଉଣ୍ଡେସନ ଆରମ୍ଭରୁ ଇଟା ଯୋଡେଇରେ କମ୍ ସିମେଣ୍ଟ ବାଲି ବେଶୀ ଦେବାରୁ ଯୋଡେଇ ଖାଲି ଦେଖାଯାଉଛି । ଏପରିକି ପ୍ରବଳ ଗ୍ରୀଷ୍ମ ଯୋଗୁଁ ପାଣି ଦିଆଯାଉ ନଥିବାର ଅଭିଯୋଗ ହେଉଛି । ପ୍ରଥମେ ସୂଚନା ଫଳକ ଦିଆଯାଇ ନଥିବା ଯୋଗୁଁ କେତେ ଟଙ୍କାର କାମ, କେଉଁ ଅନୁଦାନର କାମ, କିଏ ଟେଣ୍ଡର ପାଇଁ କାମ କରୁଛି, ଲମ୍ବ, ପ୍ରସ୍ଥ କେତେ, ନିର୍ଦ୍ଧାରିତ ସମୟ ସୀମା କେତେ ଏହିପରି ସୂଚନା ଫଳକ ଦିଆଯାଇନାହିଁ । ଏହିପରି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ କଛ୍ଛପ ଗତିରେ କାମ ଚାଲିଛି । ଏକ ବର୍ଷ ଉପରେ ହେବ ପ୍ଲିନ୍ଥ ମଧ୍ୟ ଉଠୀ ନାହିଁ । ଏହି ଡାକ୍ତର ଖାନାରେ ଏହି ଅଞ୍ଚଳର ରୋତ, ଉପର ବ।ହାଲ, ନୁନିଆ ପାଲି ଗ୍ରାମପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ଏହିଠାରେ ସ୍ଥାୟୀ ଡାକ୍ତର ରହୁ ନଥିବାରୁ ଜରୁରୀ ସମୟରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଉକ୍ତ କାମରେ ବିଳମ୍ବ ହେତୁ ଶ୍ରମିକମାନେ ମଧ୍ୟ କାମ କରିବାକୁ ଇଚ୍ଛା କରି ନଥିବା ସୂଚନା ଦେଇଛନ୍ତି ଓ ଠିକ୍ ସମୟରେ ପାରିଶ୍ରମିକ ଦେଉ ନଥିବା ପ୍ରକାଶ କରିଛନ୍ତି । ତେଣୁ ଏହି ଗୃହଟି ଯଥାଶୀଘ୍ର ନିର୍ମାଣ ସହିତ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଦୁର୍ଯ୍ୟୋଧନ ବନ୍‌ଛୋର୍, ଅର୍ଜୁନ ମହାରଣା, ସୁରଜ୍ ବାରିକ, ଧିରେନ କାଲସାଏ, ପ୍ରତାପ ସାହୁ, ନୂତନ ମୁଗ୍ରି ପ୍ରମୁଖ ଶତାଧିକ ଜନସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.