ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ପ୍ରଶାସନିକ ଅଧିକାରୀଙ୍କ ପରିଦର୍ଶନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସକୁ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରିଥିଲେ । ବଲାଙ୍ଗିର ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ସୁମିତ୍ରା ଖୁରା, ଆଉ ଜଣେ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରଦ୍ଧାଳୟ ସସ୍ମିତା ହୋତା ଏବଂ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଦେଓଗାଁ ପ୍ରମୁଖ ଆସି ଅନ୍ତେବାସୀମାନଙ୍କ ସମସ୍ତ ବିଷୟରେ ପଚାରି ବୁଝିଥିଲେ । ଖରାଦିନେ ପାଣିର ସ୍ତର ତଳକୁ ତଳ ଯାଉଥିବାରୁ ଶୀଘ୍ର ଏ ସମ୍ବନ୍ଧରେ ଆର. ଡବ୍ଲୁ. ଏସ ଏସକୁ ପଠାଇ ବ୍ୟବସ୍ଥା କରାଯିବ ଏବଂ ଆଶ୍ରମର ବାଉଣ୍ଡ୍ରୀର ବ୍ୟବସ୍ଥା ମଧ୍ୟ କରାଯିବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏହାର ବ୍ୟବସ୍ଥା କରାଯିବ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସମସ୍ତ ଅନ୍ତେବାସୀ ମାନଙ୍କ ଭତ୍ତା ନିଶ୍ଚିତ କରାଯିବ ଏବଂ ଅନ୍ୟ ବ୍ଲକରୁ ଆସିଥିବା ଅନ୍ତେବାସୀ ମାନଙ୍କ ଭତ୍ତା ଉପଜିଲ୍ଲାପାଳଙ୍କ ଦ୍ୱାରା ବଦଳି କରାହୋଇ ସାରିଲାଣି ବୋଲି ଅଧିକାରୀ ଗଣ ପ୍ରକାଶ କରିଥିଲେ । ଆବାସର କାର୍ଯ୍ୟନିର୍ବାହୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.