mahavir

“ହାତୀ ବଞ୍ଚାଅ ଦିବସ ପାଳନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡା କୃଷ୍ଣଚୂଡ଼ା ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ “ହାତୀ ବଞ୍ଚାଅ ଦିବସ” ପାଳନ କରାଯାଇଥିଲା । ଭାରତରେ ହାତୀମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ତେଣୁ ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ, ସେମାନଙ୍କ ପ୍ରତି ସହାନୁଭୂତି ହେବା, ତାଙ୍କ ପ୍ରତି ଖାଦ୍ୟ ତଥା ଜଳ ଉପଲବ୍ଧ କରିବାକୁ ପଡିବ । ସଭାରେ ଶିକ୍ଷୟିତ୍ରୀ ଶ୍ରୀମତୀ ସୂତା ମଲ୍ଲିକ ଓ ଅପର୍ଣ୍ଣା ପଟେଲ ଉପସ୍ଥିତ ରହି ଛାତ୍ରଛତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ ।

Leave A Reply

Your email address will not be published.