
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ପ୍ରକାଶ ପାଇଛି ସି ବି ଏସ୍ ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ବାଜିମାତ କରିଛନ୍ତି ବଲାଙ୍ଗିର ବଚପନ୍ ନଗର ସ୍ଥିତ ଏକାଡେମୀକ ହାଇଟ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ବିଦ୍ୟାଳୟର ଶତ ପ୍ରତିଶତ ପାସ୍ ହାର ରହିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ଅନୁଷ୍କା ଶେଠ୍ ସର୍ବୋଚ୍ଚ ୯୮% ମାର୍କ ରଖିଛନ୍ତି । ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ନିର୍ଦ୍ଦେଶକ ଅଜିତ ଶତପଥୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ପିଲାମାନଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି କହି ଶ୍ରେୟ ପ୍ରଦାନ କରିଛନ୍ତି ଓ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।