mahavir

ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀଙ୍କ ଛତ୍ରପୁର ରୋଟାରୀ କ୍ଲବ୍ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ରୋଟାରୀ କ୍ଲବକୁ ସୋମବାର ସନ୍ଧ୍ୟାରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ପରିଦର୍ଶନ କରି କ୍ଲବର ବିଭିନ୍ନ ଆନୁଷଙ୍ଗିକ ଉନ୍ନତି ବିଧାନ ଉପରେ ଚିନ୍ତାପ୍ରକଟ କରିଛନ୍ତି । ଜିଲ୍ଲା ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀଙ୍କ ସହ ତାଙ୍କ ସହଧର୍ମିଣୀ ତଥା ଜିଲ୍ଲା ଚେୟାର ପର୍ସନ ରୋଟାରୀ ଇନର୍ ହ୍ୱିଲ ମଧୁସ୍ମିତା ତ୍ରିପାଠୀ, ସହକାରୀ ରୋଟାରୀ ଗଭର୍ଣ୍ଣର ବିଭୂ ପ୍ରସାଦ ମହାପାତ୍ର ପ୍ରମୁଖ ଛତ୍ରପୁର ରୋଟାରୀ କ୍ଲବ୍ ପରିଦର୍ଶନରେ ଆସି ଏକ ସ୍ୱତନ୍ତ୍ର ବୈଠକରେ କ୍ଲବର ଉନ୍ନତି ଓ ପ୍ରଗତିମୂଳକ କାର୍ଯ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଲବ୍ ସଭାପତି ରୋଟାରୀୟାନ୍ ପଦ୍ମ ଚରଣ ସାହୁ, କ୍ଲବ୍ ସମ୍ପାଦକ ରୋଟାରୀୟାନ୍ ଡମ୍ବରୁଧର ସାହୁ, ବରିଷ୍ଠ ରୋଟାରୀୟାନ୍ ନିରଞ୍ଜନ ପାତ୍ର, ଡଃ. ବିମଲ୍ ପ୍ରାସାଦ ସାହୁ, ପ୍ରଫୁଲ୍ଲ ପଟ୍ଟନାୟକ, କେ. ବାସୁଦେବ ରାଓ, ଏସ. ରେଖା ମହାନ୍ତି, ଏମ୍. ଧନଞ୍ଜୟ ରେଡ୍ଡୀ, ଇ. ନାଗେଶ୍ୱର ରାଓ, ଦ୍ୱାରକା ପଟ୍ଟନାୟକ ପ୍ରମୁଖ ସଦସ୍ୟଗଣ ଛତ୍ରପୁର ରୋଟାରୀ କ୍ଲବର ବିବଧ ଉନ୍ନୟନ ଦିଗରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ କ୍ଲବର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.