mahavir

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କଲା ପୋଲିସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ଆଡ଼ିପଙ୍କା ଜଙ୍ଗଲରୁ ଏକ ଅଚିହ୍ନା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ବ୍ରାହ୍ମଣୀଗାଁ ପୋଲିସ୍ । ପ୍ରାପ୍ତ ସୂଚନା ଅନୁଯାୟୀ ହାତୀମୁଣ୍ଡା ଗ୍ରାମର କିଛି ମହିଳା ଶାଗ ସଂଗ୍ରହ କରିବାକୁ ଉକ୍ତ ଜଙ୍ଗଲକୁ ଯାଇଥିଲେ । ତେବେ ଜୀର୍ଣ୍ଣସିର୍ଣ୍ଣ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ପଡ଼ି ରହିଥିବା ଦେଖି ଭୟଭୀତ ହୋଇ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଗ୍ରାମବାସୀମାନେ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଆଇଆଇସି ବିଜୟ କୁମାର ହାଇବରୁଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ଶୁଶାନ୍ତ କୁମାର ଶବର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବାକୁ ପରାମର୍ଶ ଦେଇଥିଲେ । ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦାରିଙ୍ଗବାଡି ସ୍ଥାନାନ୍ତର କରାଯାଇ ଥିବା ବେଳେ ବ୍ୟକ୍ତି ଜଣକ ନିଜ ବିଷୟରେ କିଛି ସ୍ପଷ୍ଠ ରୂପେ କହି ପାରୁ ନାହାଁନ୍ତି, ସେ ଓଡ଼ିଆ ଭାଷା ରେ କିଛି ଉତ୍ତର ଦେଉ ନଥିବା ବେଳେ ହିନ୍ଦୀ ଓ ଇଂରାଜୀ ଭାଷାରେ ଉତ୍ତର ଦେଉଛନ୍ତି । କିନ୍ତୁ ତାଙ୍କ ଭାଷା ସ୍ପଷ୍ଠ ନଥିବାରୁ ସେ କେଉଁଠିକାର ବ୍ୟକ୍ତି ଜଣାପଡୁ ନାହିଁ ।

Leave A Reply

Your email address will not be published.