mahavir

ଡିଏଭି ପବ୍ଲିକ ସ୍କୁଲରେ ଓଡ଼ିଆ ନବବର୍ଷ ଏବଂ ଆମ୍ବେଦକର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ପଞ୍ଜିକାର ଗଣନା ଅନୁସାରେ ବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ପ୍ରତିବର୍ଷ ଏହି ସଂକ୍ରାନ୍ତିକୁ ଡ. ଏ ଏନ୍. କେ ଡିଏଭି ପବ୍ଲିକ ସ୍କୁଲ, ରାଉରକେଲାର ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ପାଳନ କରାଯାଏ । ଏହି ସମୟରେ ଉତ୍ତାପ ବୃଦ୍ଧି ହେଉଥିବାରୁ ପରମ୍ପରା ଅନୁଯାୟୀ ବୃକ୍ଷକୁ ଜଳ ଯୋଗାଇ ଦେବା ବିଧିକୁ ବସୁନ୍ଧରା ଠେକି କରି ପାଳନ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ତଥା ଅତିଥି ଭାବେ ଉପସ୍ଥିତ ଥିଲେ ଏଲ୍ ଏମ୍.ସି ମେମ୍ବର ଇଞ୍ଜିନିଅର ଆର୍. ଏନ୍ ମିଶ୍ର,ଏସ୍.କେ ଯୋଶୀ ତଥା ରାଜେଶ ମାଲହୋତ୍ରା, ସର୍ବପ୍ରଥମେ ସୋସିଆଲ ସାଇନ୍ସ ଡିପାର୍ଟମେଣ୍ଟର ସମସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ସମ୍ମାନର ସହିତ ସ୍ୱାଗତ କରାଯାଇ, ସଂଗୀତ ଶିକ୍ଷକଙ୍କ ନିର୍ଦ୍ଦେଶନାରେ କିଛି ଶିକ୍ଷୟିତ୍ରୀମାନେ ଭଜନ ପରିବେଷଣ କରିଥିଲେ । ପରେ ପରେ ବିଦ୍ୟାଳୟର ତ୍ରୟୋମାସିକ ପତ୍ରିକା “ପରଖ” ଉନ୍ମୋଚନ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ତଥା ସମସ୍ତ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହାୟତାରେ ପଣା ପ୍ରସ୍ତୁତ କରାଯାଇ ମୁଖ୍ୟ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବିଦ୍ୟାଳୟର ଏନ୍. ସି.ସି ଛାତ୍ରଛାତ୍ରୀମାନେ ଓ ଶିକ୍ଷକମାନେ ପଣା ବଣ୍ଟନ କରିଥିଲେ । ଗ୍ରୀଷ୍ମର ଉତ୍ତାପକୁ ଆଖି ଆଗରେ ରଖି ବିଦ୍ୟାଳୟର ସହ ସଂଯୋଜକ ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏକ ଜଳଛତ୍ରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ବିଦ୍ୟାଳୟର ଶିକ୍ଷକ ପ୍ରବୀର କୁମାର ମିଶ୍ର ପରିଚାଳନା କରିଥିଲେ । ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.