ମା’ ନାରାୟଣୀଙ୍କ ୨୭ତମ ଠାକୁରାଣୀ ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ନେଇ ପ୍ରାକ ପ୍ରସ୍ତୁତି ବୈଠକ

csstore

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀଙ୍କ ୨୭ତମ ଠାକୁରାଣୀ ଯାତ୍ରା ଚଳିତ ମାସ ଅକ୍ଷୟ ତୃତୀୟା ୨୦ ତାରିଖରୁ ଆରମ୍ଭ ହେବ, ଏନେଇ ମେରୁ ସଂକ୍ରାନ୍ତି ଦିନ ଶୁଭଖୁଣ୍ଟି ସ୍ଥାପନ ହେବ । ନାରାୟଣୀ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସଭାପତି କାବୁଲା ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଯାତ୍ରା ଆରମ୍ଭ ହେବା ଏବଂ ଶେଷ ହେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଯାତ୍ରା ସର୍ବସାଧାରଣ ଯାତ୍ରା ଆମେ କେବଳ ଯାତ୍ରା ପରିଚାଳନାର ପ୍ରତିନିଧୂତ୍ୱ କରୁଛୁ । ତେଣୁ ଆପଣଙ୍କ ସହଯୋଗ ପ୍ରଚାର ପ୍ରସାର କ୍ଷେତ୍ରରେ ନିହାତି ଆବଶ୍ୟକ । ଏଥି ସହିତ ମଙ୍ଗଳବାର ମେରୁ ସଂକ୍ରାନ୍ତି ଦିନ ମା’ ନାରାୟଣୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ପ୍ରତିଷ୍ଠା ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅପରାହ୍ନରେ ସ୍ଥାନୀୟ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାଜା ବଜାଇ ବାଣଫୁଟାଇ ବିରାଟ ପଟୁଆରରେ ଯାତ୍ରା ପଡ଼ିଆକୁ ଅଣାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯିବ । ଏବଂ ପରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ଏହା ପରେ ଆସନ୍ତା ୨୦ ତାରିଖ ଅକ୍ଷୟ ତୃତୀୟା ଦିନ ପ୍ରଥମେ ପାର୍ଶ୍ଵ ଦେବୀକୃ ଆବାହନ କରିବା ପରେ ରାତିରେ ଯାତ୍ରା ପଡ଼ିଆରୁ ବିରାଟ ପଟୁଆରରେ ମୁଖ୍ୟରାସ୍ତା ଦେଇ ନାରାୟଣୀ ମନ୍ଦିରରେ ପହଞ୍ଚି ମା’ଙ୍କୁ ଆବାହନ କରି ଯାତ୍ରା ପଡ଼ିଆକୁ ଅଣାଯିବ । ଏହି ଯାତ୍ରା ଆସନ୍ତା ମେ ୨୦ ତାରିଖ ଦୀର୍ଘ ଏକ ମାସ ଧରି ଚାଲିବ ବୋଲି ସମ୍ପାଦକ ଏଲ.ସଂଜିତ ପାତ୍ର ସୂଚନା ଦେଇଛନ୍ତି । ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ଯାତ୍ରା କମିଟି ସଭାପତି ଓ ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଯାତ୍ରା ସମୟରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଗା ସଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଆଦି ଆକର୍ଷଣୀୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ସଭାପତି ସେନାପତି କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସୁଜିତ ବେହେରା, ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ସହ ସମ୍ପାଦକ ଅଜିତ ମହାରଣା, ଜୟସେନ ପରିଡା, ଅର୍ଥ ସମ୍ପାଦକ କମଳ ବେହେରା, କୋଷାଧକ୍ଷ ଅଶୋକ ମେକାପ ପ୍ରମୁଖଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.