jsm

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠୀଗତ ବିବାହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ସ୍ୱଚ୍ଛଳତା ନ ଥିବା ୩୦ ଗୋଟି ଯୋଡିଙ୍କ ବିବାହ ପାଇଁ ସୋନପୁର ସହରର ନୂତନ ଟାଉନହଲ ଠାରେ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଡ. ନୃପରାଜ ସାହୁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମାଜସେବୀ ମାନଙ୍କୁ ଆହ୍ୱାନ କରିବା ସହ ଦାୟିତ୍ୱ ବଣ୍ଟନ କରିଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ଡିଏସଡବ୍ଲୁଓ, ବୀଣାପାଣି ମିଶ୍ର, ଡିଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସିଡିଓ ତଥା ଇଓ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝି, ଡିଆଇପିଆରଓ ପ୍ରୀତି ସୁନା, ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରିପାଠୀ, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଙ୍ଗୀ, ରେଆର କର୍ମକର୍ତ୍ତା ମନୋଜ କୁମାର ସ୍ଵାଇଁ ଏବଂ ସାମ୍ବାଦିକ ଉପସ୍ଥିତ ଥିଲେ । ପରିଶେଷରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.