jsm

ପିଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ନୂତନ କମିଟି ଗଠନ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ର ପରିଷଦ ତଥା ପଞ୍ଚଶଖା ଶିକ୍ଷା ସେତୁ କମିଟି ଗଠନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ସଭାପତି ତଥା ପ୍ରଧାନ ଶିକ୍ଷକ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ କମିଟି ଗଠନ କରାଯାଇଥିଲା । ନୂତନ ସଭାପତି ଭାବରେ ଡ. ପ୍ରଫୁଲ୍ଲ କୁମାର ରଥ, ଉପ ସଭାପତି କଇଁରୁ ସ୍ୱାଇଁ, ମେମ୍ବର କନଭେନେର ଭାବେ ପିୟୁଷ କୁମାର ପଣ୍ଡା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସିଆରସିସି ବ୍ରତାନନ୍ଦ ଭୋଇ ସଭାକୁ ସଂଯୋଜନା କରିଥିବାବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜଳିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପୁରାତନ ଛାତ୍ର ସମାବେଶରେ ପ୍ରବୀଣ ତ୍ରିପାଠୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସତ୍ୟନାରାୟଣ ତ୍ରିପାଠୀ, ମାଧବ କୁମ୍ଭାର, ଚିତ୍ତ ରଞ୍ଜନ ତରାସିଆ, ଭାରତ ଭୂଷଣ ଦାଶ, ଶ୍ୟାମାଓଁ ପ୍ରସାଦ ମିଶ୍ର, ମହେଶ ପୂଜାରୀ, ଦିଲୀପ ପାତ୍ର, ମନରଞ୍ଜନ ତ୍ରିପାଠୀ, ସନତ ପାଣିଗ୍ରାହୀ, ଦୀପକ ମହାପାତ୍ର, ସ୍ୱରୂପ ପାତ୍ର, ଲଡ଼ୁ କିଶୋର ମଲ୍ଲିକ, ପ୍ରଦ୍ୟୁମ୍ନ ସାହୁ, ସୁଧୀର ପଣ୍ଡାଙ୍କ ସମେତ ଶହେରୁ ଅଧିକ ଛାତ୍ର ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ଲାଗି ସଂକଳ୍ପ ନେଇଥିଲେ ଓ ଆଗମୀ ଦିନରେ ଏହି ଛାତ୍ରମାନଙ୍କୁ ନେଇ ମହାରାଜା ହାଇସ୍କୁଲ ଆଲୁମିନୀ ଆସୋସିଏସନ ଗଠନ ଲାଗି ଆଲୋଚନା ହୋଇଥିଲା । ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ଅନୁଲିତା ମିଶ୍ର ଜୟନ୍ତୀ ମେହେର, ବିନୋଦିନୀ ମହାପାତ୍ର, ସସ୍ମିତା ପାତ୍ର, ତୃପ୍ତିକା ତ୍ରିପାଠୀ, ସୀମା ମହାପାତ୍ର, ସୁଜାତା ସାହୁ, ମାମା ମାଧୁରୀ ପଣ୍ଡା, ନରେନ୍ଦ୍ର ଚାନ୍ଦ, ଶିବାଶିଷ ମିଶ୍ର, ସୁଭଦ୍ରା ହାରା ଓ ଅଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.