ମା’ ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇ ସରଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମା’ ତୋ ବିନା ଓ ଅଭୁଲା ସ୍ମୃତି ଆସନ୍ତା ୧୬ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ ଅନୁଷ୍ଠାନର ମୁଖ୍ୟ ଝୁନୁ ନାୟକ ଓ ଅନ୍ୟମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଏହି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ବ୍ରଜବଲ୍ଲଭ ନାୟକ ଓ ଲୋଭା ବିଶ୍ୱାଳ, ବ୍ରହ୍ମପୁରରୁ ସନ୍ତୋଷ ଡୋରା ଓ ବଲାଙ୍ଗିରରୁ ସହଦେବ ପୁଟେଲ ତଥା ରାଉରକେଲାରୁ ଝୁନୁ ନାୟକ, ସ୍ୱର୍ଣ୍ଣରେଖା ମହନ୍ତ, ପିଙ୍କି ପ୍ରିୟଦର୍ଶିନୀ, ଭାସ୍କର ପୁହାଣ ପ୍ରମୁଖ ସଂଗୀତ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମ ସ୍ୱର୍ଗତ ଅକ୍ଷୟ ମହାନ୍ତି ଓ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ କରାଯିବ । ସେହିପରି ବାଦ୍ୟଯନ୍ତ୍ରରେ ବ୍ଲାକ ଡାଇମଣ୍ଡ ବ୍ୟାଣ୍ଡ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟଅତିଥି ଭାବେ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସମ୍ମାନିତ ଅତିଥି ଭାବେ ହ୍ୟୁମାନ ସାଗରଙ୍କ ମା’ ସେଫାଲୀ ସୁନା ତଥା ବିଶିଷ୍ଟ ଅତିଥି ଭାବେ ଡ. କଲ୍ୟାଣୀ ମିଶ୍ର, ଡା. ଭାଗିରଥ ଯୋଶୀ, ଡା. ଅରୁଣ କୁମାର ନାୟକ, ଏନ୍ଆଇଟିର ପ୍ରଫେସର ଡ. ସବିତା ପଟେଲ, ଜୟଶ୍ରୀ ପାଣିଗ୍ରାହୀ, ଜେଏମଡିର ପ୍ରତିଷ୍ଠାତା ବାସୁଦେବ ସ୍ୱାଇଁ, ଇଂ ମହେନ୍ଦ୍ର କୁମାର ଦାସ, ଗୁରିନ୍ଦର ସିଂ କାମ୍ବୋଜ ପ୍ରମୁଖ ଯୋଗଦେବେ । ସେହିପରି ଏହି କାର୍ଯ୍ୟକ୍ରମରେ ପରିଚାଳନା ପାଇଁ ଶୁଭଶ୍ରୀ ଦାସ ଓ ଯଶୋବନ୍ତ ମହାନ୍ତି ଦାୟିତ୍ଵ ତୁଲାଇବେ ବୋଲି ଜଣାପଡ଼ିଛି । ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ମହାନ୍ତି, ମୁକ୍ତିକାନ୍ତ ବେହେରା, ଦିଲ୍ଲୀପ ଜେନା ପ୍ରମୁଖ ଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ଦିତା ବାଗ୍, ଅଞ୍ଜଳି ବିଶ୍ୱାଳ, ପ୍ରାଞ୍ଜଳୀ ନାଗ, ବାପିନା ନାୟକ, ବିଜୟ ବାଗ, ଜୟଶ୍ରୀ ପାଣିଗ୍ରାହୀ, ରୀତା ସାମଲ, ସଂଗ୍ରାମ ପତି, ଲୀନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.