ବ୍ରାହ୍ମଣୀଜୋର କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବ୍ରାହ୍ମଣୀଜୋର କ୍ଲଷ୍ଟରର ଶିକ୍ଷଣ ସାମଗ୍ରୀ କର୍ମଶାଳା ସ୍ଥାନୀୟ ଫପସୀ ଏନୟୁପିଏସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସିଆରସିସି ମଣ୍ଟୁ ସାମଲଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମାଝୀ ଉଦ୍‌ଘାଟନ କରିଥିଲେ । କ୍ଲଷ୍ଟରର ୮ଟି ବିଦ୍ୟାଳୟରୁ ରାଧାକାନ୍ତ ପ୍ରଧାନୀ, ସ୍ନିଗ୍ଧାରାଣୀ ବେହେରା, କମଲଲୋଚନ ବାଗ, ଜୟଗୋପାଳ ବଢ଼ାଇ, ସୁଲକ୍ଷଣୀ କୁମ୍ଭାର, ମଧୁସ୍ମିତା କାଲୋ, ସଞ୍ଜିତ ଦୋରା, ମାନସ ଭୋଇ, ମାଗୁଣୀ ଛତ୍ରିଆ, ପୃଥିରାଜ ପ୍ରଧାନୀ, ସୌମ୍ୟରଞ୍ଜନ ରଣା ଓ ଜ୍ୟୋତିରଞ୍ଜନ ଭୋଇ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଦୁଇଦିନ ଧରି ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ସେଥିମଧ୍ୟରୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ବୋତଲରେ ତିଆରି ପଶୁ ପକ୍ଷୀ, ପୁରୁଣା ବାଦ୍ୟ ଯନ୍ତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହି ଶିକ୍ଷଣ ସାମଗ୍ରୀଗୁଡିକ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସାକ୍ଷରତା ଓ ସଂଖ୍ୟଜ୍ଞାନର ଦକ୍ଷତା ହାସଲ କରିବାରେ ବିଶେଷ ସହାୟକ ହେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.