jsm

ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ପକ୍ଷ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ରାଜ୍ୟରେ ଚାଲିଥିବା ଓଡ଼ିଆ ପକ୍ଷ ପାଳନ ଅବସରରେ ଶନିବାର ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌, ଏନ୍‌ସିସି, ଜାତୀୟ ସେବା ଯୋଜନା ଏବଂ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ପ୍ରାକ୍ତନ ପୋଲିସ ଅଧିକାରୀ ଡ. ସୁମନ ଦତ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଡ. ସାମଲ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଶାର ବରପୁତ୍ରମାନଙ୍କର ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନେ ବରପୁତ୍ରମାନଙ୍କ କାର୍ଯ୍ୟକୁ ଅନୁକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଡ. ଦତ୍ତ ତାଙ୍କ ବକ୍ତବ୍ୟରେ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉତ୍କଳ ଗୌରବ ମଧୁବାବୁଙ୍କ ସମେତ ବ୍ୟାସକବି ଫକୀର ମୋହନ, ଉତ୍କଳମଣି ଗୋପବନ୍ଧୁ, ସ୍ୱଭାବକବି ଗଙ୍ଗାଧର ମେହେର ଭଳି ବରପୁତ୍ରମାନଙ୍କର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରି ନିଜ ଅଞ୍ଚଳ ତଥା ରାଜ୍ୟକୁ ଗୌରବାନ୍ୱିତ କରିବା ହେଉଛି ବରପୁତ୍ରମାନଙ୍କ ପାଇଁ ପ୍ରକୃତ ବନ୍ଦନା ବୋଲି ଡ. ଦତ୍ତ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ ସହିତ ସମ୍ମାନିତ ହୋଇଥିବା ଯୋଗୁଁ ଡ. ଦତ୍ତଙ୍କୁ ବନ୍ଦନୀୟ ବରପୁତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ବିଭାଗର ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ. ସୁଷମା ମୋଦି କାର୍ଯ୍ୟକ୍ରମ ଆୟୋଜନ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏଥିରେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ, ଯୁବ ରେଡ୍‌କ୍ରସ୍‌ ସଂଯୋଜିକା ଡ. ସ୍ମୃତି ସ୍ନିଗ୍ଧା ମିଶ୍ର, ଜାତୀୟ ସେବା ଯୋଜନାର ସଂଯୋଜିକା ଡ. ସୋନିଆ, କ୍ରୀଡ଼ା ପ୍ରଶିକ୍ଷିକା କ୍ୟାପ୍‌ଟେନ ମୀନା ଦାସଙ୍କ ସମେତ ବରିଷ୍ଠ ଅଧ୍ୟାପିକା ବାସନ୍ତୀ କୁଜୁର, ଓଡ଼ିଆ ବିଭାଗର ଅଧ୍ୟାପକ ଡ. ମାନସ ମୁଖାର୍ଜୀ ଓ ପ୍ରିୟଙ୍କା କଂସାରୀ, ଅନ୍ୟତମ ଅଧ୍ୟାପକ ଡ. ମାନସ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ଓଡ଼ିଆ ବିଭାଗର ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ସମେତ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ । ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ‘ଆସ ବହିଟିଏ କିଣିବା’ ଶୀର୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଓଡ଼ିଆ ପୁସ୍ତକର ପ୍ରଦର୍ଶନୀ ଓ ବିକ୍ରୟ ହୋଇଥିଲା । ଏହା ସହିତ ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ବକ୍ତାଭାବେ ଅଧ୍ୟାପିକା ତଥା ସୁଲେଖିକା ମାହାଶ୍ୱେତା ସାହୁ ଯୋଗଦେଇ ଓଡ଼ିଆ ପୁସ୍ତକ ପଠନ ଓ କ୍ରୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

yuvodaya
Leave A Reply

Your email address will not be published.