ବ୍ଲକ ଭିତରେ ଗୋଷ୍ଠୀ ସଂଘର୍ଷ : ଦୁଇ ଗୋଷ୍ଠୀଙ୍କ ଝରିଲା ରକ୍ତ

ଗୁଡ଼ଭେଲା, (ଖୁସିରାଣୀ ସାହୁ) : ବ୍ଲକ ଭିତରେ ଗୋଷ୍ଠୀ ସଂଘର୍ଷ, ଗୋଷ୍ଠୀ ସଂଘର୍ଷରେ ବ୍ଲକରେ ଝରିଲା ରକ୍ତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ । ସୂଚନା ମୁତାବକ ବ୍ଲକକୁ ଗୋଟିଏ ମିନି ଷ୍ଟାଡିୟମ ଆସିଥିବା ବେଳେ ଆଜି ଷ୍ଟାଡିୟମ୍‌ର ସ୍ଥାନ ନିରୂପଣକୁ ବ୍ଲକ ଅଧ୍ୟକ୍ଷା ବେବି ଦୋରାକୁ ନେଇ ବିଧାୟକଙ୍କ ସମର୍ଥକ ଗୁଡଭେଲାରେ ଷ୍ଟାଡିୟମ ନିର୍ମାଣ ହେଉ ବୋଲି ଦାବି କରିଥିଲେ । ହେଲେ ବ୍ଲକ ଅଧ୍ୟକ୍ଷା ସମିତି ବୈଠକ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ । ହେଲେ କିଛି ସମୟ ପରେ ବ୍ଲକ ପରିସରରେ ଉଭୟ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ପ୍ରତିନିଧିଙ୍କ ସମର୍ଥକ ଓ ବ୍ଲକ ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ସ୍ଥାନ ନିରୂପଣକୁ ନେଇ କଥା କଟାକଟି ହୋଇଥିଲା ଓ ଝିମିଟି ଖେଳରୁ ମହାଭାରତ ପରି ପରବର୍ତ୍ତୀ ସମୟରେ ବ୍ଲକ ପରିସରରେ ବହି ଯାଇଥିଲା ରକ୍ତର ଛିଟା । ଘଟଣାଟି ପରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିବା ବେଳେ ବ୍ଲକ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାରେ ବିଧାୟକଙ୍କ ନୋମିନି ଶରତ ସାହୁ ଓ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ମଧ୍ୟରେ ଯୁକ୍ତି ସହ ମାରପିଟ ହୋଇଥିଲା । ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟ ରେ ଥାନାରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.