jsm

ଇନ୍ଦ୍ରାବତୀ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଶିବିର

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଇନ୍ଦ୍ରାବତୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି । ଏହି ଶିବିର ଆୟୋଜନରେ ମହା ବିଦ୍ୟାଳୟ ୟୁଥ୍ ରେଡ୍‌କ୍ରସ ଓ ଜାତୀୟ ସେବା ଶିବିରର ଛାତ୍ରଛାତ୍ରୀମାନେ ସାମିଲ ହୋଇ ରକ୍ତଦାନ ସମ୍ବନ୍ଧିତ ସଚେତନତା ବାର୍ତ୍ତା ସହିତ ରକ୍ତଦାନରେ ଅଂଶ ଗ୍ରହଣ କରିଥଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀ ଶିବିର ଉଦ୍‌ଘାଟନ କରିଥିବା ବେଳେ ଅଧ୍ୟାପକ ବିଧାନ ବେହେରା, ସାକେତ ବେହେରା, ମାନସ ପଣ୍ଡା, ମାନସ ମହାପାତ୍ର, ବିଶ୍ୱଜିତ୍ ପାଢ଼ୀ, କ୍ରୀଡା ଶିକ୍ଷକ ଋଷି ମଣି ରାଉତ, ଆନନ୍ଦ ପଣ୍ଡା, ସାମ୍ବାଦିକ ଶେଷଦେବ ବେହେରା, ଅଶ୍ରଫ ଅଲ୍ଲୀ ପ୍ରମୁଖ ଅତିଥି ଭାବରେ ସାମିଲ ହୋଇଥିଲେ । ଧର୍ମଗଡ ରକ୍ତ ଭଣ୍ଡାରର ପ୍ରକାଶ କୁମାର ସିଂହ, ନିଗମ ଗୋପାଳ, ଡମ୍ବରୁଧର ମେହେର, ମାଧବ ଗୋପାଳ ପ୍ରମୁଖ ରକ୍ତ ସଂଗ୍ରହ କରିଥଲେ ।

yuvodaya
Leave A Reply

Your email address will not be published.