ବାଇକକୁ ଧକ୍କା ଦେଲା ବାଇକ : ଯୁବକଙ୍କ ଭାଙ୍ଗିଲା ଗୋଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟରେ ବାଇକକୁ ଧକ୍କା ଦେଲା ବାଇକ । ଫଲରେ ଘଟଣା ସ୍ଥଲରେ ଯୁବକଙ୍କ ଗୋଡ ଭାଙ୍ଗିଯାଇଛି । ସୂଚନା ଅନୁସାରେ ବେଲଗାଁ ରାସ୍ତା ଦେଇ ଘନଟବାହାଲି ଗ୍ରାମର ପ୍ରଶନ୍ନ ଭୋଇ ଜାତୀୟ ରାଜପଥ ଦେଇ ସିଧା ଦୃତଗତିରେ ଗାଡି ଚଳାଇ ଯାଉଥିଲେ । ଅନ୍ୟପଟେ ଘୁନସର ଦେଇ ଜଣେ ଯୁବକ ମଧ୍ୟ ସେହି ରାସ୍ତା ଦେଇ ଯାଉଥିଲେ ହେଲେ ହଠାତ ମୁହାମୁହିଁ ହେବା ଫଳରେ ପ୍ରଶନ୍ନଙ୍କ ଘଟଣା ସ୍ଥଳରେ ଗୋଡଭାଙ୍ଗି ଯାଇଥିଲା । ତେବେ ଖବର ପାଇବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ଯୁବକଙ୍କୁ ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆମ୍ବଲାନ୍ସ ଯୋଗେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.