jsm

ପୁଷ୍‌ ପୁନି ଭେଟଘାଟରେ ନିର୍ବାଚନ ତାତି : ଆଗାମୀ ନିର୍ବାଚନ ପାଇଁ ରାଜନୀତି

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଗୋଏଲଭାଡି ଠାରେ ଆୟୋଜିତ ପୁଷ୍‌ ପୁନି ଭେଟଘାଟ କାର୍ଯ୍ୟକ୍ରମରେ ନିର୍ବାଚନ ତାତି ଦେଖିବାକୁ ମିଲିଥିଲା ତେବେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ନେତ୍ୱତ୍ୱରେ ଟିଟିଲାଗଡ ନିର୍ବାଚନ ମଣ୍ଡଲୀର ବିଭିନ୍ନ ପଂଚାୟତରୁ ଶତାଧିକ ଲୋକେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ପଂଚାୟତ ସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତତି ଚାଲିଥିବା ବେଳେ ନିର୍ବାଚନ ପାଇଁ ରାଜନୀତିର ତାତି ମଧ୍ୟ ଦେଖିବାକୁ ମିଲିଥିଲା । ତେବେ ଆଗାମୀ ଦିନରେ ପଂଚାୟତ ସ୍ତରୀୟ ନିର୍ବାଚନରେ କିଭଲି ବିଜୟୀ ହେବ ସେନେଇ ଏହି କାର୍ଯ୍ୟକ୍ରମରେ ଅଲୋଚନା କରାଯାଇଥିଲା । ଏଥିରେ ଟିକ୍ରାପଡା ଜିଲ୍ଲାପରିଷଦ ସଭ୍ୟା କଲ୍ପନା ଚୌହାନ, ଗୁଡଭେଲା ଜୋନ ୬ ଜିଲ୍ଲାପରିଷଦ ସଭ୍ୟା କଳ୍ପନା ପଧାନୀ, ରାଜେଶ ସାହୁ, ରାଜେଶ ପଧାନୀ, ଚନ୍ଦ୍ରଭାନୁ ପଧାନ, ବିଜୟ ପାତ୍ର, ଯୁଗଲ ସାହୁ, କ୍ରିଷ୍ଣା ରଣା, ତରୁଣ ମାଝୀ, ରାଜ କୁମାର କଲେତ, ମନୋଜ ବିଶି, ଦିଲିପ ସିଂ, ରିତୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.