ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ : ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଉପରେ ଗୁରୁତ୍ୱ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାକରଚୁଆଁ କ୍ଲଷ୍ଟରର ମାସିକ ବୈଠକ ସ୍ଥାନୀୟ ଖଗସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ଛାତ୍ରଛାତ୍ରୀଙ୍କ ମୌଳିକ ଦକ୍ଷତା ବିକାଶକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି । କ୍ଲଷ୍ଟର ସଂଯୋଜକ (ସିଆର୍‌ସିସି) ଗଜୟ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ​ଏଫ୍‌ଏଲ୍‌ଏନ୍‌ ଓ ନୂତନ ଶିକ୍ଷାଦାନ ପଦ୍ଧତି ଉପରେ ଚର୍ଚ୍ଚା ​ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ଥିଲା ‘ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ’ (ଏଫ୍‌ଏଲ୍‌ଏନ୍‌)ର ସଫଳ ରୂପାୟନ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ କିଭଳି ଅତି ସହଜରେ ଯୁକ୍ତାକ୍ଷର ଶିକ୍ଷା, ବର୍ଣ୍ଣାଳୀ ଓ ଶବ୍ଦ ଗଠନ ଶିଖାଯାଇପାରିବ, ସେ ନେଇ ନିଜ ନିଜର ମତ ରଖିଥିଲେ । ଏଥିସହିତ ‘ନବ ସାକ୍ଷରତା’ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରୁ ପିଲାଙ୍କ ‘ଡ୍ରପ୍ ଆଉଟ୍’ ହାର କମାଇବା ପାଇଁ ବିଭିନ୍ନ ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶିକ୍ଷା ପ୍ରଦୀପ ଓ ବିଭିନ୍ନ ଶିକ୍ଷଣ ସାମଗ୍ରୀର ବ୍ୟବହାର ଉପରେ ସିଆରସିସି ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ସରକାରୀ ନିୟମାବଳୀର ଅନୁପାଳନ ଏବଂ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ପୀତବାସ ସାହୁ, ପ୍ରଦୀପ ପାଣିଗ୍ରାହୀ, ରଘୁମଣୀ ଭୋଇ, ତରୁଣକାନ୍ତ ନାୟକ, କୁଳମଣୀ ସାହୁ, ସମ୍ବିତ ମହାନ୍ତି, କିରଣ ବାଗ, ଶ୍ରୀକାନ୍ତ ସେଠ, ସ ନ୍ତୋଷ ବେହେରା, ପ୍ରକାଶ ବେହେରା, କୃଷ୍ଣଚନ୍ଦ୍ର ମାଝୀ, ଜୁଲି ମହାକୁଡ଼, ମଞ୍ଜୁ ଝାଙ୍କର, ବୈଶାଳୀ ପଣ୍ଡାଙ୍କ ସମେତ ସମସ୍ତ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ ଆଶିଷ କୁମ୍ଭାର,ସୁନୀଲ ଖମାରୀ, ସତୀଶ ବେହେରା, ଶିକ୍ଷୟିତ୍ରୀ ସୀମା ମୁଗ୍ରୀ, ରେଖାରାଣୀ ସରୋନିଆ, ମୌସୁମୀ ପାତ୍ର, ଶୁଭଲକ୍ଷ୍ମୀ ପରିଡ଼ା, ନିତୁ ସିହ୍ନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.