ଡ. ରାମମନୋହର ଲୋହିଆ ଜୟନ୍ତୀ ଓ ଭଗତ ସିଂ ଫାଶୀ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନବୀନ ଭବନ ଠାରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ରାମ ମନୋହର ଜୟନ୍ତୀ ତଥା ଭଗତ ସିଂ ଫାଶୀ ଦିବସ ପାଳିତ ହୋଇଯାଇଛି । ସଭାପତି ତାଙ୍କ ଭାଷଣରେ ସ୍ୱର୍ଗତ ଲୋହିଆ ଏବଂ ଭଗତ ସିଂ ବ୍ରିଟିସ କବଳରୁ ଭାରତବର୍ଷକୁ ମୁକ୍ତ କରିବା ପାଇଁ ଯେଉଁ ଐତିହାସିକ ପଦକ୍ଷେ ପ ନେଇଛନ୍ତି, ତାହା ଇତିହାସରେ ବିରଳ । ଅନ୍ୟତମ ବକ୍ତା ବରିଷ୍ଠ ଶିକ୍ଷକ ନେତା ଅଶୋକ ଦଳାଇ ଡ. ଲୋହିଅଙ୍କେ ସପ୍ତକ୍ରାନ୍ତି ଆଜି ମଧ୍ୟ ଅପରିହାର୍ଯ୍ୟ ହୋଇପଡିଛି ଏବଂ ଆଜିର ଦିନରେ ତାହାର ଆବଶ୍ୟକତା ଅନୁଭବ ହେଉଛି । ସମଦୃଷ୍ଟି ସମ୍ପାଦକ ବିଘ୍ନେଶ୍ୱର ସାହୁ ଭଗତ ସିଂଙ୍କ ଜୀବନୀ ବୃତାନ୍ତ ତଥା ଆଜିର ଯୁବପିଢ଼ି ଭଗତ ସିଂଙ୍କ ଆଦର୍ଶରେ ସାମିଲ ହେବା ତଥା ଭଗତ ସିଂଙ୍କ ସାହିତ୍ୟକୁ ବହୁମାତ୍ରାରେ ପଢିବାକୁ ଆହ୍ୱାନ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ବେହେରା ଦୁଇ ମହାନ ବିପ୍ଲବୀଙ୍କ ଭାରତୀୟ ଯୁବ ମାନସ ପ୍ରତି ଥିବା ସମ୍ବେଦନଶୀଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନୀ ଡ. ଡ଼ମ୍ବୁରୁଧର ସାହୁ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.