ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଟିଇ ଓ ଅନ୍ୱେଷା ଯୋଜନାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଜିଲ୍ଲା ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଥିଲେ । ଠିକ୍ ସମୟରେ ବହି, ପୋଷାକ, ଜୋତା ନ ପାଇବା ଏବଂ ଅନ୍ୟ ବହୁତ ଗୁଡିଏ ବିଷୟେ ଅବହେଳିତ ହେବାରୁ ଛାତ୍ରଝାତ୍ରୀ ଏବଂ ଅଭିଭାବକମାନେ ହଇରାଣ ତଥା ମାନସିକ ନିର୍ଯ୍ୟାତିତ ହେଉଛନ୍ତି । ଏହି ବିଷୟକୁ ଜିଲ୍ଲାପାଳ ଗୁରୁତ୍ୱ ସହ ନେଇ ଏ ବିଷୟରେ ବିଶେଷ ଧ୍ୟାନ ଦେବେ ବୋଲି କହିବା ସହ ସଂଘର ଅନୁରୋଧ କ୍ରମେ ପ୍ରଶାସନ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକ ସଂଘର ଏକ ମିଳିତ ବୈଠକ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ମୁଗ୍ରୀ, ସଂପାଦକ ବିଶ୍ୱାମିତ୍ର କୁମ୍ଭାର, ମଙ୍ଗଳୁ ତାଣ୍ଡି, ତରଣୀସେନ ଦୀପ ଉପସ୍ଥିତ ଥିଲେ ।
Next Post